ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା

News by Padmalochan Mishra (Cuttack)

#କଟକ (ଏନ୍‌.ଏମ୍‌.): ଜଣେ ଶିଶୁକୁ କୁକୁର ଝୁଣି ଖାଇବା ନେଇ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବେ ପୁରୀ ପୌରପାଳିକା । ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୨୦୧୬ ମସିହାରେ ଡିସେମ୍ବର ମାସରେ ଏକ ୪ ବର୍ଷର ଶିଶୁ ପୁତ୍ରକୁ ବୁଲା କୁକୁର କାମୁଡି ମାରିଦେଇଥିଲା । ପର୍ଯ୍ୟଟନ ସହର ପୁରୀରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଥିଲା । ଜଗନ୍ନାଥ କଲୋନୀ ଅଞ୍ଚଳରେ ନିଜ ଘର ବାଡିରେ ଖେଳୁଥିବା ବେଳେ ପିଲାଟି ବୁଲା କୁକୁରଙ୍କର ଶିକାର ହୋଇଥିଲା । ଗୁରୁତର ଅବସ୍ଥାରେ ପିଲାଟିକୁ ମେଡିକାଲ ନିଆଯାଇଥିବା ବେଳେ ତାର ମୃତ୍ୟୁ ହୋଇଥିଲା । ସହରରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢିଥିବା ବେଳେ ପୌର ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଥିଲା । ଆବେଦନକାରୀ ବିଭୂତି ଚରଣ ମହାନ୍ତି କହିଛନ୍ତି, ୪ ବର୍ଷର ଶିଶୁକୁ ତା’ ମା’ ସାମ୍ନାରେ କୁକୁର ଶୁଣି ଖାଇବା ଖବର ମୁଁ ଖବର କାଗଜରୁ ପଢ଼ିଥିଲି । ପରେ ହାଇକୋର୍ଟରେ ଏନେଇ ପିଆଇଏଲ୍ ଫାଇଲ କରିଥିଲି । ପିଲାର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଁ ଆବେଦନ କରିଥିଲି ।ହାଇକୋର୍ଟ ମଧ୍ୟ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଓକିଲ ରାଜ କିଶୋର ସ୍ୱାଇଁ କହିଛନ୍ତି, ଦେଶର ବିଭିନ୍ନ ଜଜମେଣ୍ଟକୁ ବିଚାର କରିଇଁ କୋର୍ଟ ୧୦ ଲକ୍ଷ ଟଙ୍କା ଦେବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ