ବାଲ୍ୟବିବାହ ମୁକ୍ତ ଦେବଗଡ଼ ଗଠନ ନିମନ୍ତେ ଜିଲ୍ଲାସ୍ତରୀୟ ଅଂଶୀଦାର ପରାମର୍ଶ ସଭା

ବାଲ୍ୟବିବାହ ମୁକ୍ତ ଦେବଗଡ଼ ଗଠନ ନିମନ୍ତେ ଜିଲ୍ଲାସ୍ତରୀୟ ଅଂଶୀଦାର ପରାମର୍ଶ ସଭା

ବାଲ୍ୟବିବାହ ମୁକ୍ତ ଦେବଗଡ଼ ଗଠନ ନିମନ୍ତେ ଜିଲ୍ଲାସ୍ତରୀୟ ଅଂଶୀଦାର ପରାମର୍ଶ ସଭା

୧୦୦ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟ ଅଭିଯାନର ପ୍ରସ୍ତୁତି ବୈଠକ

 ତିନୋଟି ବ୍ଲକର ତିନି ଜଣ ଆଦର୍ଶ ସରପଞ୍ଚ ସମ୍ବର୍ଦ୍ଧିତ

୨୭ ନଭେମ୍ବରରୁ ଆରମ୍ଭ ହେବ ୧୦୦ ଦିନିଆ ଅଭିଯାନ

whatsapp image 2026 11 20 at 6.53.42 pm

@ଦେବଗଡ଼ (ଏନ୍‌.ଏମ୍‌.): ଦେବଗଡ଼ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟବିବାହ ମୁକ୍ତ କରିବା ଏବଂ ଆଗାମୀ ୨୭ ନଭେମ୍ବର ‘ଆନ୍ତର୍ଜାତୀୟ ବାଲ୍ୟବିବାହ ଉଚ୍ଛେଦ ଦିବସ’ ଠାରୁ ଆରମ୍ଭ ହେବାକୁ ଥିବା ‘୧୦୦ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟ ଅଭିଯାନ’ର ପୂର୍ବ ପ୍ରସ୍ତୁତି ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ଅଂଶୀଦାର ପରାମର୍ଶ ସଭା ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ରେ ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଜିତା ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ପୋଲିସ, ବିଭିନ୍ନ ସରକାରୀ ବିଭାଗ, ପଞ୍ଚାୟତିରାଜ ପ୍ରତିନିଧି,ଓ ସାମାଜିକ କର୍ମୀମାନେ ଏକାଠି ହୋଇ ବାଲ୍ୟବିବାହ ବିରୋଧରେ ସାମୂହିକ ସଂକଳ୍ପ ନେଇଛନ୍ତି। ଜିତା ‘ଜଷ୍ଟ ରାଇଟସ ଫର ଚିଲଡ୍ରେନ’ (JRC) ର ଏକ ସହଯୋଗୀ ଅଟେ। ​କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ମଞ୍ଚାସୀନ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଅଧ୍ୟକ୍ଷା ( ଶିଶୁ କଲ୍ୟାଣ ସମିତି CWC) , ସହକାରୀ ମଣ୍ଡଳ ଚିକିତ୍ସା ଅଧିକାରୀ ବିଶ୍ଵନାଥ ପାତ୍ର ଏବଂ ଜୀତାର ସମ୍ପାଦିକା ଅନୁପମା ରାଉତ ଉପସ୍ଥିତ ଥିଲେ। ​ସଭାର ପ୍ରାରମ୍ଭରେ ଜିତାର ସମ୍ପାଦିକା ଶ୍ରୀମତୀ ରାଉତ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଅନୁଷ୍ଠାନର ତୃଣମୂଳ ସ୍ତରର କାର୍ଯ୍ୟଧାରା ଓ ୧୦୦ ଦିନିଆ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ​ଆଲୋଚନା ଚକ୍ରରେ ବିଭିନ୍ନ ବିଭାଗୀୟ ପଦାଧିକାରୀ (CDPO, ଅଙ୍ଗନୱାଡ଼ି ସୁପରଭାଇଜର, GPDO, PEO, CRCC, PHEO, ଚାଇଲ୍ଡଲାଇନ୍ ୧୦୯୮, CWC), DPM ମିଶନ ଶକ୍ତି କ୍ଷେତ୍ରସ୍ତରରେ ବାଲ୍ୟବିବାହ ରୋକିବା ଦିଗରେ ଦେଖାଦେଉଥିବା ସମସ୍ୟା ଓ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଯୋଜନା ସମ୍ପର୍କରେ ମତାମତ ରଖିଥିଲେ। ​ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିବୃନ୍ଦ ନିଜ ଅଭିଭାଷଣରେ ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ କରିବା ସହ ସମସ୍ତ ବିଭାଗ, ପଞ୍ଚାୟତିରାଜ ପ୍ରତିନିଧି, ପୋଲିସ, ଶିକ୍ଷାନୁଷ୍ଠାନ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ଦେବଗଡ଼ ଜିଲ୍ଲା ଖୁବଶୀଘ୍ର ଶତପ୍ରତିଶତ ବାଲ୍ୟବିବାହ ମୁକ୍ତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ​ଏହି ଅବସରରେ ‘ବାଲ୍ୟବିବାହ ମୁକ୍ତ ଦେବଗଡ଼’ ଗଠନ ଦିଗରେ ଉଲ୍ଲେଖନୀୟ ନେତୃତ୍ୱ ନେଇଥିବା ଜିଲ୍ଲାର ତିନୋଟି ବ୍ଲକର ତିନି ଜଣ ଆଦର୍ଶ ସରପଞ୍ଚ ତିଳେଇବଣି ବ୍ଲକ ତିଳେଇବଣି ଗ୍ରାମ ପଞ୍ଚାୟତର ସରପଞ୍ଚ ସୁସ୍ମିତା ଏକା, ବାରକୋଟ ବ୍ଳକ କଣ୍ଡଳ ଗ୍ରାମ ପଞ୍ଚାୟତର ସରପଞ୍ଚ  ସବିତା ବେହେରା ଏବଂ ରିଆମାଳ ବ୍ଲକର ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରକାଶ ଆଚାର୍ଯ୍ୟଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ‘ସମ୍ମାନ ପୁରସ୍କାର’ ଓ ‘ଉତ୍ତରୀୟ’ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ​କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO)ଙ୍କ ଦ୍ଵାରା ଏକ ବାଲ୍ୟବିବାହ ବିରୋଧୀ ସାମୂହିକ ଶପଥ ପାଠ ହୋଇଥିଲା। ଜିତାର ଜିଲ୍ଲା ସଂଯୋଜକ ସୁମନ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ କାର୍ଯ୍ୟକ୍ରମ ଆୟୋଜନରେ ଜିତା ଅନୁଷ୍ଠାନ କର୍ମକର୍ତ୍ତା ସୌମ୍ଯ ଆଶୁତୋଷ ମହାନ୍ତି, ଲୀନା ନାଏକ, ଅରୁଣ କୁମାର ଦାଶ, ନିରାକାର ଓଝା, ରଶ୍ମିତା ବେହେରା, ଆଞ୍ଚଲ ସାହୁ, ରେଖାଶ୍ରୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ ପରିଶେଷରେ ଜିତା ର ସମ୍ପାଦିକା ଅନୁପମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

 

Slider ପପୁଲାର ନିଓଜ ବାଣିଜ୍ୟ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି