ବିକଶିତ ଭାରତର ଅବଧାରଣା ‘ଥାର୍ଡ ୱେ’ ଉପରେ ବୁଦ୍ଧିଜୀବୀ ସମ୍ମିଳନୀ

ବିକଶିତ ଭାରତର ଅବଧାରଣା ‘ଥାର୍ଡ ୱେ’ ଉପରେ ବୁଦ୍ଧିଜୀବୀ ସମ୍ମିଳନୀ

ବିକଶିତ ଭାରତର ଅବଧାରଣା ‘ଥାର୍ଡ ୱେ’ ଉପରେ ବୁଦ୍ଧିଜୀବୀ ସମ୍ମିଳନୀ

dantapanta thengedi
@କଟକ (ଏନ୍‌.ଏମ୍‌.): ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ଥାନୀୟ ଶତାବ୍ଦୀ ଭବନଠାରେ “ବିକାଶର ଭାରତୀୟ ଅବଧାରଣା’ ବିଷୟବସ୍ତୁକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସ୍ୱଦେଶୀ ଜାଗରଣ ମଞ୍ଚର ଓଡିଶା ପୂର୍ବ ପ୍ରାନ୍ତ ବିଚାର ବିଭାଗ ପ୍ରମୁଖ ଡକ୍ଟର ଆଇ.ସୁବ୍ରମଣ୍ୟମ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। “ଦତ୍ତୋପନ୍ଥ ଠେଙ୍ଗଡି ଜୀ ବିଚାର ପ୍ରବାହ’ର ଆବାହକ ଗୋକୁଳାନନ୍ଦ ଜେନା ସ୍ୱାଗତ ଭାଷଣ ଦେଇଥିଲେ। ସ୍ୱଦେଶୀ ଜାଗରଣ ମଞ୍ଚର ଅଖିଳ ଭାରତୀୟ ସଂଗଠକ କାଶ୍ମୀର ଲାଲ ଜୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତର ବିକାଶ ଧାରାର ବିଭିନ୍ନ ଦିଗୁପରେ ଆଲୋକପାତ କରି କହିଲେ କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବାପରେ ଭାରତ ବିକାଶ ଧାରାରେ ଆଗେଇଛି ବୋଲି ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ ୨୦୪୭ ବିକଶିତ ଭାରତ ପରିକଳ୍ପନା ସଫଳ ପାଇଁ ମୂଳଦୁଆ ପଡ଼ିଗଲାଣି। ଆମେ ସ୍ୱଦେଶୀ ସାମଗ୍ରୀକୁ ବ୍ୟବହାର କରି ଭାରତକୁ ଆତ୍ମ ନିର୍ଭରଶୀଳ ହେବାପାଇଁ ଆଗେଇ ନେବା। ଦତ୍ତୋପନ୍ଥ ଠେଙ୍ଗଡିଜୀଙ୍କ ଜୀବନୀ ଓ ତାଙ୍କର ଅନେକ ଗୁଡିଏ ଲେଖନୀ ବିଷୟରେ ସେ ଆଲୋକପାତ କରିଥିଲେ। ଭାରତୀୟ ମଜଦୂର ସଂଘ ଏବଂ ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରତିଷ୍ଠାତା ଦତ୍ତପନ୍ଥ ଠେଙ୍ଗେଡେଜୀ ଭାରତକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାଙ୍କ ସ୍ୱପ୍ନ ସଫଳ ରୂପାୟନ ହେବାକୁ ଯାଉଛି ବୋଲି ମତପ୍ରକାଶ ପାଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସବୁ କ୍ଷେତ୍ରରେ ଭାରତର ପ୍ରଗତି ଘଟିଛି ବୋଲି ବକ୍ତାମାନେ କହିଥିଲେ। ଏହି ଆଲୋଚନାଚକ୍ରରେ କଟକ ସହରର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଭାରତୀୟ ମଜଦୁର ସଂଘର ଲିଗାଲ ସେଲ୍‌ର ସଭାପତି ରମାକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀକାନ୍ତ କୁମାର ବ୍ରହ୍ମା, ଦତ୍ତୋପନ୍ଥ ଠେଙ୍ଗଡିଜୀଙ୍କ ସହ କଟକର ପ୍ରବାସ ସମୟରେ ସମ୍ପର୍କରେ ଅନୁଭୂତି ଦର୍ଶାଇଥିଲେ। ବରିଷ୍ଟ ଆଇନୀଜୀବୀ ତଥା ପୂର୍ବତନ ଆଡିସନାଲ ସଲିସିଟର ଜେନେରାଲ ଅନୁପ କୁମାର ବୋଷ ଦତ୍ତୋପନ୍ଥ ଠେଙ୍ଗଡିଜୀଙ୍କ ସହିତ ତାଙ୍କର ନାଗପୁର ଓ କଟକ ସହ ସମ୍ପର୍କରେ ଆଲୋଚନା କରିଥିଲେ। ଅଧିବକ୍ତା ପରିଷଦର ସଭାପତି ମନୋଜ କୁମାର ମିଶ୍ର ମହୋଦୟ ସହ ଅନେକ ଅଧିବକ୍ତା ଏହି କାଯ୍ୟକ୍ରମରେ ଯୋଗଦାନ କରିଥିଲେ। ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ସଂଯୋଜକ ସତ୍ୟରଞ୍ଜନ ଦାସ, ଧନ୍ୟବାଦ ଅର୍ପଣ କରିଥିଲେ। ଭାରତୀୟ ମଜଦୁର ସଂଘର ବିଭିନ୍ନ କାର୍ଯ୍ୟାଳୟ ସଂଗଠନର କାର୍ଯ୍ୟକର୍ତ୍ତା ଯୋଗଦେଇ ଦେଇଥିଲେ। ସ୍ୱଦେଶୀ ଜାଗରଣ ମଞ୍ଚର କଟକ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ