ଚୌଦ୍ୱାର ଅବକାରୀ ବିଭାଗର ସଫଳତା ୧୧ଲକ୍ଷର ବ୍ରାଉନସୁଗର ଜବତ ଜଣେ ଗିରଫ

ଚୌଦ୍ୱାର ଅବକାରୀ ବିଭାଗର ସଫଳତା ୧୧ଲକ୍ଷର ବ୍ରାଉନସୁଗର ଜବତ ଜଣେ ଗିରଫ

ଚୌଦ୍ୱାର ଅବକାରୀ ବିଭାଗର ସଫଳତା ୧୧ଲକ୍ଷର ବ୍ରାଉନସୁଗର ଜବତ ଜଣେ ଗିରଫ

cdr exsize
@ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅବକାରୀ ଥାନା ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ଜଗତପୁର ଗୋଲେଇ ଛକ ଅଞ୍ଚଳରୁ ଜଣେ ବ୍ୟକ୍ତି ବ୍ରାଉନସୁଗର ଚୋରାକାରବାର କରୁଥିବା ସମୟରେ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ଠାରୁ ୧୧୦ଗ୍ରାମ ବ୍ରାଉନ ସୁଗାର (ହେରୋଇନ) ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପ୍ରକାଶ କରିଛି। ଚୌଦ୍ୱାର ଅବକାରୀ ଥାନାରେ ଏନେଇ ଏଡିପିଏସ ଆଇନର ଧାରା ୨୧ ଅନୁଯାୟୀ ପିଆର ନମ୍ବର ୧୪୭/୨୬-୨୭ରେ ମାମଲା ରୁଜୁ ହୋଇଛି। ଗିରଫ ବ୍ୟକ୍ତିଜଣକ କଟକ, ନୂଆପଡ଼ା, ମଙ୍ଗଳାସାହି, ଥାନା ମଧୁପାଟଣା ଅଞ୍ଚଳର ଅଭିମନ୍ୟୁ ନାୟକ (୪୦) ବୋଲି ଜଣାପଡ଼ିଛି। କଟକ ରୁରାଲ ରେଞ୍ଜ୍ ଅବକାରୀ ଇନ୍ସପେକ୍ଟର ନବସ୍ମିତା ନାୟକଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା। ଚୌଦ୍ୱାର ଅବକାରୀ ଥାନାର ଏସ୍‌ଆଇ ରମେଶ ଚନ୍ଦ୍ର ସାହୁକାର, ଏଏସ୍‌ଆଇ ଜୟପ୍ରକାଶ ବେଉରିଆଙ୍କ ସମେତ ଅବକାରୀ କର୍ମଚାରୀମାନେ ଚଢ଼ଉରେ ସାମିଲ ଥିଲେ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ