ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ : ଏବିଭିପି ପକ୍ଷରୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ : ଏବିଭିପି ପକ୍ଷରୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ
ଏବିଭିପି ପକ୍ଷରୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

11111111111111111111111111111111111111111111111
@ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୮ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉଦ୍ଦିପନା ଦେଖିବାକୁ ମିଳିଛି। ଏହି ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାବେଳେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି। ଏଥି ସହିତ ଚୌଦ୍ୱାର ଅଞ୍ଚଳର ସ୍ଥାନୀୟ ସଂଗଠନ ପକ୍ଷରୁ ମଧ୍ୟ ସ୍ୱାଧୀନ ଭାବେ କିଛି ପ୍ରାର୍ଥୀ ରଣାଙ୍ଗନକୁ ଓହ୍ଲାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚୌଦ୍ୱାର ମହାବିଦ୍ୟାଳୟରେ ଆଜି ଏବିଭିପି ପକ୍ଷରୁ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସହ ସାଧାରଣ ସମ୍ପାଦକ, ନାଟ୍ୟ ସଂସଦ ସମ୍ପାଦକ ଓ କ୍ରୀଡ଼ା ସମ୍ପାଦକଙ୍କ ସହିତ କ୍ଲାସ ରିପ୍ରେଜେଣ୍ଟିଭ ପାଇଁ ପ୍ରାର୍ଥୀ ଦିଆଯାଇଛି। ପ୍ରାର୍ଥୀମାନେ ନିଜ ନିଜ ସମର୍ଥକ ପ୍ରସ୍ତାବକଙ୍କ ସହିତ କଲେଜ କ୍ୟାମ୍ପସରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ତେବେ ଏବିଭିପି ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ପ୍ରାର୍ଥୀମାନେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ଏହି ଶୋଭାଯାତ୍ରାରେ ପ୍ରାର୍ଥୀମାନଙ୍କ ସହିତ ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଇଂ. ଜ୍ଞାନେନ୍ଦ୍ର କୁମାର ସ୍ୱାଇଁଙ୍କ ସହିତ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ତ୍ରିଦେବ ବେହେରା, ବିଜେପି ନେତା ବିଷ୍ଣୁଚରଣ ପରିଡାଙ୍କ ସମେତ ବହୁ ସମର୍ଥକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ତେବେ କଲେଜର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଏବିଭିପି ସବୁବେଳେ କାମ କରି ଆସିଛି ଏବଂ କରିବ ବୋଲି ପ୍ରାର୍ଥୀମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏବିଭିପିର ସଭାପତି ଭାବେ ଲିରିକା ଲେଙ୍କା, ଉପସଭାପତି ଭାବେ ଶୁଭମ କୁମାର ସାହୁ, ସାଧାରଣ ସମ୍ପାଦକ ଭାବେ ଶୁଭଶ୍ରୀ ତନ୍ମୟ ରଞ୍ଜନ ସାହୁ, ଡ୍ରାମାଟିକ ସେକ୍ରେଟାରୀ ଭାବେ ଶ୍ରଦ୍ଧାଞ୍ଜଳି ସାମଲ, ଆସିଷ୍ଟାଣ୍ଟ ଡ୍ରାମାଟିକ ସେକ୍ରେଟାରୀ ମହାପ୍ରସାଦ ସାମଲ, ଆଥଲେଟିକ ସେକ୍ରେଟାରୀ ଭାବେ ଦିବ୍ୟାଂଶୁ ନାୟକ, ଆସିଷ୍ଟାଣ୍ଟ ଆଥଲେଟିକ ସେକ୍ରେଟାରୀ ରାଜଶ୍ରୀ ନାୟକ, କ୍ଲାସ ରିପ୍ରେଜେଣ୍ଟିଭ ସଂଧ୍ୟାରାଣୀ ବେହେରା ପ୍ରତିଦ୍ୱନ୍ଦିତା କରୁଛନ୍ତି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି