ନିମାପଡ଼ାରେ ଭାଗବତ ଗୃହ ପ୍ରତିଷ୍ଠା ଓ ସାଧୁ ସମ୍ମିଳନୀ ନେଇ ପ୍ରସ୍ତୁତି ବୈଠକ

ନିମାପଡ଼ାରେ ଭାଗବତ ଗୃହ ପ୍ରତିଷ୍ଠା ଓ ସାଧୁ ସମ୍ମିଳନୀ ନେଇ ପ୍ରସ୍ତୁତି ବୈଠକ

ନିମାପଡ଼ାରେ ଭାଗବତ ଗୃହ ପ୍ରତିଷ୍ଠା ଓ ସାଧୁ ସମ୍ମିଳନୀ ନେଇ ପ୍ରସ୍ତୁତି ବୈଠକ

bhagabat
@ଚୌଦ୍ୱାର(ଏନ୍‌.ଏମ୍‌.): ଭାବ ଜ୍ଞାନ ବ୍ରହ୍ମ ତତ୍ତ୍ୱର ସମଷ୍ଟି ହିଁ ଶ୍ରୀମଦ ଭାଗବତ। ତେଣୁ ଆଜିର ଆଧୁନିକ ଯୁଗରେ ମଧ୍ୟ ଭାଗବତର ଗୁରୁତ୍ୱ ଯଥେଷ୍ଟ ରହିଛି। କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଆଦି ଷଢ଼ରିପୁ ଦୂର କରି ଆତ୍ମା ପରମାତ୍ମାରେ ସଂଯୋଗକରିବାର ପଥ ଭାଗବତରୁ ହିଁ ମିଳିଥାଏ। ତେଣୁ ନିତ୍ୟ ଭାଗବତ ପଠନର ଆବଶ୍ୟକତା ରହିଛି। ତେବେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ନିମନ୍ତେ ଚୌଦ୍ୱାର ସ୍ଥିତ ନିମାପଡ଼ା ଗ୍ରାମରେ ନବ ନିର୍ମିତ ଭାଗବତ ଗୃହ ପ୍ରତିଷ୍ଠା ଓ ଭାଗବତ ସ୍ଥାପନା ଏବଂ ସାଧୁ ସମ୍ମିଳନୀ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ସତ୍ୟ ସନାତନ ଭାଗବତ ପ୍ରଚାର ସମିତି ସଭାପତି ସିଦ୍ଧେଶ୍ୱର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ସିଦ୍ଧଗିରି ମହନ୍ତ ବିଶ୍ୱନାଥ ମହାରାଜ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିମାପଡ଼ା ଯୁବକ ସଂଘ ସଭାପତି ଦୂର୍ଗାମାଧବ ମୁଦୁଲି, ଶୁଭେନ୍ଦ୍ରନାଥ ଷଢ଼ଙ୍ଗୀ, ପଣ୍ଡିତ ଅକ୍ଷୟ ପାଢ଼ୀ, ପରମାନନ୍ଦ ସାହୁ, ହୃଷିକେଶ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ତେବେ ଆସନ୍ତା ଡିସେମ୍ବର ୧୦ ଓ ୧୧ ତାରିଖ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ହେବାକୁଥିବା କାର୍ଯ୍ୟକ୍ରମରେ ନବ ନିର୍ମିତ ଭାଗବତ ଗୃହ ପ୍ରତିଷ୍ଠା, ସାଧୁ ସମ୍ମିଳନୀ, ଗୀତାଯଜ୍ଞ, ଭାଗବତ କଥାମୃତ ଜ୍ଞାନଯଜ୍ଞ, ପ୍ରବଚନ, ଚାରିପ୍ରହର ନାମଯଜ୍ଞ, ଓଡ଼ିଶୀ କୀର୍ତ୍ତନ ଆଦି କାର୍ଯ୍ୟକ୍ରମମାନ ଆୟୋଜନ ପାଇଁ ଆଲୋଚନାରେ ସ୍ଥିର ହୋଇଛି। ଅଞ୍ଚଳର ୭୫ଟି ଭାଗବତ ଟୁଙ୍ଗୀର ପ୍ରତିନିଧି ଏଥିରେ ଯୋଗଦେଇ ସହଯୋଗ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ବିଜୟ ସ୍ୱାଇଁ, ଜୟୀରାମ ନାୟକ,ସୁବାସ ଚନ୍ଦ୍ର ମହାରଣା, ରଘୁନାଥ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମାନସ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ