ଚୌଦ୍ୱାରରେ ଇମ୍ଫା ପକ୍ଷରୁ ମେଗା ରକ୍ତଦାନ ଶିବିର : ୨୭୧ ୟୁନିଟ୍ ସଂଗ୍ରହ

@ଚୌଦ୍ୱାର(ଏନ୍.ଏମ୍.) : ପ୍ରଗତିର ଅନ୍ୟନାମ ଇମ୍ଫା। ଶିଳ୍ପ କ୍ଷେତ୍ରରେ କେବଳ ବ୍ୟବସାୟକୁ ନଦେଖି ଏହି ସଂସ୍ଥା ସାମାଜିକ ଦାୟିତ୍ୱ ବୋଧ ଉପରେ ଗୁରୁତ୍ୱ ଦେଇ ଆସୁଛି। ଶ୍ରମିକମାନଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଅଞ୍ଚଳର ବିକାଶରେ ମଧ୍ୟ ସହଭାଗିତା ନେଇଛି ଏହି ସଂସ୍ଥା। ଚୌଦ୍ୱାରସ୍ଥିତ ଇମ୍ଫା ଶିଳ୍ପ ଗୋଷ୍ଠୀ ପକ୍ଷରୁ ଇମ୍ଫା ଷ୍ଟାଫ କ୍ଲବ୍ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ଇମ୍ଫାର ଉପସଭାପତି ବିନୟ ଅଗ୍ରୱାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିରରେ ଶିଳ୍ପର କର୍ମଚାରୀଙ୍କ ସମେତ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ସମାଜସେବୀ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ଏହି ଅବସରରେ ୨୭୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମାନସ ବସନ୍ତିଆ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ସଂସ୍ଥାର ଅନ୍ୟାନ୍ୟ ସଦସ୍ୟ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

