ବସ୍ତିବାସୀଙ୍କ ସହ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ ବିଜେପି ନେତା ସନ୍ତୋଷ ମହାନ୍ତି

ବସ୍ତିବାସୀଙ୍କ ସହ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ ବିଜେପି ନେତା ସନ୍ତୋଷ ମହାନ୍ତି

ବସ୍ତିବାସୀଙ୍କ ସହ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ ବିଜେପି ନେତା ସନ୍ତୋଷ ମହାନ୍ତି

img 20261102 wa0014

କଟକ (ଏନ୍ ଏମ୍): ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଲଗୋଦାମର ବେହେରାସାହି ବସ୍ତି, ତେଲୁଗୁ ବସ୍ତି ଓ ହରିଜନ ବସ୍ତିରେ ବିଜେପି ନେତା ସନ୍ତୋଷ ମହାନ୍ତିଙ୍କ ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସଂଖ୍ୟାରେ ଯୁବକ ଓ ମହିଳା ଯୋଗଦେଇ ଗଣତନ୍ତ୍ର, ଶାସନ ବ୍ୟବସ୍ଥା ଏବଂ ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସରକାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ମିଥ୍ୟା ପ୍ରଚାର କରୁଥିବା ନେଇ ଉପସ୍ଥିତ ବକ୍ତାମାନେ ନିଜର ମତ ରଖିଥିଲେ। ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ନିକଟରେ ସରକାରୀ ଯୋଜନା ଓ ବିକାଶର ସୁଫଳ ପହଞ୍ଚାଇବା ଦିଗରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ଏହି ଅବସରରେ ଶ୍ରୀ ମହାନ୍ତି ହେବାକୁ ଥିବା ଅରାଜକତା ହଟାଅ ପଦଯାତ୍ରାରେ କେନ୍ଦ୍ରୀୟ ମୁଖପାତ୍ର ତଥା ସାଂସଦ ସୁଧାଂଶୁ ତ୍ରିବେଦୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ଅଧିକ ସଂଖ୍ୟାରେ ଯୋଗଦେବାକୁ ନିବେଦନ କରିଥିଲେ।

କାର୍ଯ୍ୟକ୍ରମରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପରିଶେଷରେ ବେହେରାସାହି ଯୁବକ ସଂଘର ସଭାପତି ଶ୍ରୀ ମହାନ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ