ଚୌଦ୍ୱାରରେ ପ୍ରତିଷ୍ଠା ହେଲା ମା ବାସୁଳେଇ ଭାଗବତ ଟୁଙ୍ଗୀ

ଚୌଦ୍ୱାରରେ ପ୍ରତିଷ୍ଠା ହେଲା ମା ବାସୁଳେଇ ଭାଗବତ ଟୁଙ୍ଗୀ

ଚୌଦ୍ୱାରରେ ପ୍ରତିଷ୍ଠା ହେଲା ମା ବାସୁଳେଇ ଭାଗବତ ଟୁଙ୍ଗୀ

bhagabat tungi
@ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ତଳ ବଜାର ସ୍ଥିତ ଭାଗବତ କୋଠ ଘର ପ୍ରାଙ୍ଗଣରେ ଏକ ନୂତନ ଭାବେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇଯାଇଛି।ଏହି ଅଞ୍ଚଳର ବହୁ ଭଗବତପ୍ରେମୀଙ୍କ ସହାୟତାରେ ମା ବାସୁଳେଇ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇଥିବାବେଳେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭାଗବତ ଟୁଙ୍ଗୀର ରାଜ୍ୟ ସଭାପତି ଲଙ୍ଗୁଳୀ ବାବା, ସିଦ୍ଧଗିରି ମଠ ମହନ୍ତ ବିଶ୍ୱନାଥ ଦାସ ମହାରାଜ, ଶିବାନନ୍ଦ ଆଶ୍ରମର ଓମ ଜୀ, ଡ. ସୁଲିପ୍ତ ମହାନ୍ତି, ନିରଞ୍ଜନ ସାହୁ, କଟକ ଜିଲ୍ଳାର ଗୀତା ପ୍ରଚାରକ ପୁରୁଷୋତ୍ତମ ନାୟକ , ଟାଙ୍ଗୀ ଚୌଦ୍ୱାର ଭାଗବତ ଟୁଙ୍ଗୀ ସଭାପତି ସିଦ୍ଧେଶ୍ୱର ନାୟକ, ସଂପାଦକ ପରମା ସାହୁ ଓ ୩୫ ଖଣ୍ଡ ଗ୍ରାମର ଭାଗବତ ଟୁଙ୍ଗୀ ସଭାପତି, ସଂପାଦକ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ସମଗ୍ର ତଳ ବଜାର ଭାଗବତ କୋଠ ଘର ହରିବୋଲ ହୁଳହୁଳି ଧ୍ୱନୀରେ ଉଚ୍ଛୁଳି ଉଠିଥିଲା। ମା’ ବାସୁଲେଇ ଭାଗବତ ଟୁଙ୍ଗୀ ସଭାପତି ବିଷ୍ଣୁ ଚରଣ ବେହେରା, ସଂପାଦକ ରାଜ କିଶୋର ବେହେରା, କୋଷାଧ୍ୟକ୍ଷ ପରୀକ୍ଷିତ ବେହେରା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ମାନସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ