ସଂଜୀବନ ପୁସ୍ତକ ଉନ୍ମୋଚନ

ସଂଜୀବନ ପୁସ୍ତକ ଉନ୍ମୋଚନ

ସଂଜୀବନ ପୁସ୍ତକ ଉନ୍ମୋଚନ

20261024 132312

ଚୌଦ୍ଵାର,(ଏନ.ଏମ): ସ୍ଥାନୀୟ ଆଶ୍ରିବାଦ ଭବନରେ ଆୟୋଜିତ ସଂଜିବନ ପତ୍ରିକାର ଉନ୍ମୋଚନ ଉସ୍କ୍ୟବରେ ମୁଖ୍ୟ ବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦକ ଆଇନଜୀବୀ ରାଜୀବ ଷଡ଼ଙ୍ଗୀ ଯୋଗ ଦେଇ ଚୌଦ୍ୱାର ଏକ ଐତିହାସିକ କିମ୍ବଦନ୍ତୀ ର ଅଞ୍ଚଳ ମହାନଦୀ ଓ ବିରୂପାର ସଂଯୋଗ ସ୍ଥଳୀ ରେ ଗଢ଼ି ଉଠିଛି ଏହି ଚୌଦ୍ଵାର ଯାହା କଳା, ସାହିତ୍ୟ ଓ ସଂସ୍କୃତି କୁ ସମୃଦ୍ଧ କରିପାରିଛି । ଏହି ମାଟିରେ ସାହିତ୍ୟର ବିକାଶ ପାଇଁ ଚୌଦ୍ଵାର ୱେଲଫେୟାର ସୋସାଇଟୀ ଯେଉଁ ପଦକ୍ଷେପ ନେଇଛି ତାହା ଉଚ୍ଚ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ।ପବ୍ଲିକ ୱେଲଫେୟାର ସୋସାଇଟୀ ସଭାପତି ବିଷ୍ଣୁ ଚରଣ ସାହୁ ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜ ସେବି ତଥା ହିନ୍ଦ ସେବକ ସଂଘର ରାଷ୍ଟ୍ରିୟ ଅଧକ୍ଷ ଦାମୋଦର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚୌଦ୍ୱାର ର ଯୁବ ପୀଢ଼ି ନିଜର ନିଷ୍ଠା,ନୈତିକତା,ସମାଜ ସେବା ଓ ସାହିତ୍ୟ ସଂସ୍କୃତି କ୍ଷେତ୍ର ରେ ଆଗକୁ ଯିବା ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଇମ୍ଫା ର ପୂର୍ବତନ ଲୋକସମ୍ପର୍କ ଅଧିକାରୀ ଧ୍ରୁବଚରଣ ରାଉତ ଯୋଗ ଦେଇ ପବ୍ଲିକ ୱେଲ ଫେୟାର ସୋସାଇଟୀ ର ପ୍ରତ୍ୟେକ କାର୍ଯ୍ୟକ୍ରମ ସମାଜ ସଂସ୍କାର ପାଇଁ ଉତ୍ସର୍ଗ ବୋଲି ମତ ବ୍ୟକ୍ତ କରିଥିଲେ ଅନ୍ୟତମ ଅତିଥି ଭାବେ ଚୌଦ୍ୱାର ପୌରାଅଧକ୍ଷା ମାନସୀ ସ୍ୱର୍ଣ୍ଣ ପ୍ରଭା ସାମଲ ଯୋଗଦେଇ ଅନୁଷ୍ଠାନର ସମସ୍ତ କର୍ମ କର୍ତ୍ତା ଙ୍କୁ ସାଧୁବାଦ ଜଣାଇଥିଲେ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ପ୍ରଦ୍ୟୁମ୍ନ ତରାଇ ଯୋଗ ଦେଇ ଅନୁଷ୍ଠାନର ବହୁବିଧ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।କାର୍ଯ୍ୟକ୍ରମରେ କର୍ମକର୍ତ୍ତା ଅଜିତ୍ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ