କମ୍ପାନୀରୁ ଟଙ୍କା ଓ କ୍ରୋମ ଚୋରି: ଜଣେ ଗିରଫ

@ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲା ଟଙ୍ଗୀ ଥାନା ଅନ୍ତର୍ଗତ ତେରୁଆଁ ସ୍ଥିତ “କୃଷ୍ଣା ଗ୍ଲୋବାଲ ସୋଲ୍ୟୁସନ୍ସ’ ନାମକ ଏକ ସଂସ୍ଥାରୁ ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନଗଦ ଅର୍ଥ ଏବଂ କ୍ରୋମ ଚୋରି ଅଭିଯୋଗରେ ଟାଙ୍ଗୀ ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ ଏହି ଚୋରିରେ ସଂସ୍ଥାର ଡ୍ରାଇଭର ଚୌଦ୍ୱାର ପ୍ରଧାନସାହିର ଶୁଭରଞ୍ଜନ ନାୟକ ଓରଫ ସାପ (୩୦) ଏବଂ ଚୌଦ୍ୱାର ପୌରପାଳିକା ୧୭ନମ୍ବର ୱାର୍ଡ଼ର ଅର୍ଣ୍ଣବ ସାମଲ ଓରଫ ମୁନା (୩୪) ସାମିଲ ଥିଲେ। ଏହି ଘଟଣାରେ ମୁନା ଗିରଫ ହୋଇଥିବାବେଳେ ତା’ ଠାରୁ ଚୋରି ସାମଗ୍ରୀ ଜବତ ହୋଇଛି। ଏ ନେଇ ଗତ ସେପ୍ଟେମ୍ବର ୫ ତାରିଖ ରାତିରେ ବିମଲ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିବା ପରେ, ପୋଲିସ ୪୭୫/୨୦୨୬ନମ୍ବର ମାମଲା ରୁଜୁ କରି ବିଏନଏସ୨୦୨୩ର ଧାରା ୩୦୫ ଏବଂ ୩(୫) ଅନୁଯାୟୀ ମୁନାକୁ ଗିରଫ କରିବା ସହ ତା’ନିକଟରୁ ୮୦କିଲୋଗ୍ରାମ କ୍ରୋମ ଜବତ କରାଯାଇଛି।

