ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି 

ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି 

ଚୌଦ୍ବାର ଛାତ୍ର ସଂସଦ ନିର୍ବାଚନରେ ଜିତିଲା ବିସିଜେଡି 

img 20261015 wa0005

@ଚୌଦ୍ବାର(ଏନ.ଏମ୍): ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ଚୌଦ୍ବାର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ।ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବାଜିମାତ୍ କରିଛି। ତୃତୀୟ ସ୍ଥାନୀୟ ଶ୍ରମିକ ସଂଗଠନ ରହିଥିବା ବେଳେ ଏବିଭିପି ଦ୍ଵିତୀୟ ସ୍ଥାନରେ ରହିଛି। ଏହି ନିର୍ବାଚନରେ ପ୍ରେସିଡେଣ୍ଟ ଭାବେ କେ ବି ସ୍ୱାତିସୋମାଲିନି ସ୍ୱାଇଁ ୪୨୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।ସେହିଭଳି ସାଧାରଣ ସଂପାଦକ ଭାବେ ଶ୍ରୀୟା ଠାକୁରତା ୩୭୯ ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ, ଉପସଭାପତି ଭାବେ ଭାଗ୍ୟଶ୍ରୀ ବେହେରା 349ଟି ଭୋଟ ପାଇଁ ବିଜୟୀ ହୋଇଛନ୍ତି ତେବେ ସହ ସାଧାରଣ ସଂପାଦକ ଭାବେ ପ୍ରାଚୀ ପ୍ରିୟଦର୍ଶିନୀ ନାୟକ ୩୭୧ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ତେବେ ଏହି ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଚୌଦ୍ବାରରେ ଆଜିର ଯୁବପିଢ଼ି ବା ଯୁବଛାତ୍ର ସଂଗଠନ ବିଜେଡି ଆଡ଼କୁ ଆକୃଷ୍ଟ ହେଉଥିବା ସ୍ପଷ୍ଟ ପ୍ରମାଣିତ କରିଛି। ଦୀର୍ଘ ୮ ବର୍ଷ ପରେ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଏହାକୁ ବିଜେପିର ଛାତ୍ର ସଂଗଠନ ଏବିଭିପି ଅକ୍ତିଆର କରିବ ବୋଲି ଆଶା ରଖିଥିଲା।ମାତ୍ର କଟକ ଜିଲ୍ଲାରେ ଏହି ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ଛାତ୍ର ସଂସଦ ଗୁଡିକୁ ଅକ୍ତିଆର କରିବା ବିଜେପି ନେତୃତ୍ୱରେ ଅପାରଗତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।ଯଦି ଏହି ଅଭିଜ୍ଞତାକୁ ପାଥେୟ କରି ବିଜେପିର ନେତୃତ୍ଵ ମାନେ ଆସନ୍ତା ନିର୍ବାଚନ କୁ ପରିଚାଳନା ନ କରନ୍ତି ତେବେ ଏହାର ଫଳାଫଳ ପୁନର୍ବୃତି ଘଟିପାରେ ବୋଲି ରାଜନୀତିକ ସମୀକ୍ଷକ ମାନେ ଚେତାବନୀ ଦେଉଛନ୍ତି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି