ଚୌଦ୍ୱାରରେ ଡକାୟତି ମାମଲା: ୪ ଗିରଫ ଚୋରି ବାଇକ୍ ଓ ଲୁହା ରଡ୍ ଜବତ

@ଚୌଦ୍ୱାର(ଏନ୍.ଏମ୍.): ଏକ ଡକାୟତି ମାମଲାରେ ଚୌଦ୍ୱାର ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ଗିରଫମାନଙ୍କ ମଧ୍ୟରେ ୩ଜଣ ଡକାୟତିରେ ସମ୍ପୃକ୍ତିଥିବାବେଳେ ଓ ଜଣେ ଅଭିଯୁକ୍ତ ଚୋରା ସାମଗ୍ରୀ କିଣିଥିବା ଅପରାଧରେ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ ଚୌଦ୍ୱାର ଥାନା ଅନ୍ତର୍ଗତ ହରିଅନ୍ତା ସ୍ଥିତ ଡଗରା ସାହିରେ ଗତ ୬ ତାରିଖ ବିଳମ୍ବିତ ରାତିରେ ଏହି ଡକାୟତି ହୋଇଥିଲା। ଏନେଇ ଚୌଦ୍ୱାର ଥାନାରେ କେସ୍ ନମ୍ବର ୭୪୪/୨୦୨୬, ଧାରା ୩୧୦(୨)/୩୩୬(୩) ବି.ଏନ୍.ଏସ୍. ଅଧୀନରେ ମାମଲା ରୁଜୁ ହୋଇଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ଗତ ୬ତାରିଖ ରାତି ପ୍ରାୟ ୧୧ଟା ୪୫ମିନିଟ ସମୟରେ ଡଗରା ସାହିର ଜନ୍ମେଜୟ ସାହୁଙ୍କ ଘର ନିକଟରେ ଥିବା ଏକ ଟିଣସେଡ ଘରର କବାଟ ଭାଙ୍ଗି ୫ରୁ ୬ଜଣ ଦୁର୍ବୃତ୍ତ ପ୍ରବେଶ କରିଥିଲେ। ସେଠାରେ ରହୁଥିବା ଜଣେ ଠିକାଦାର ଓ ଶ୍ରମିକମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ। ଦୁର୍ବୃତ୍ତମାନେ ୁର୍ବୃତ୍ତମାନେ ସେଠାରୁ ଓଆର ୦୫ ଜେଡ ୯୫୭୫ ନମ୍ବର ବିଶିଷ୍ଟ ହୋଣ୍ଡା ସ୍ପେ୍ଲଣ୍ଡର ମୋଟରସାଇକେଲ୍ ଦୁଇ ସେଟ୍ ୧୨ ଏମ୍ଏମ୍ର ସେଣ୍ଟରିଂ ପିଲର ପ୍ଲେଟ୍ ଏବଂ ପ୍ରାୟ ୨ ରୁ ୩ କୁଇଣ୍ଟାଲ୍ ଟାଟା ଲୁହା ରଡ୍ ଲୁଟି ନେଇଥିଲେ। ଏନେଇ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଥିବାବେଳେ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରି ସ୍ଥାନୀୟ ନଖରା ଅଞ୍ଚଳର ତିନିଜଣ ଅଭିଯୁକ୍ତ ବୋଧଦୀପ୍ତ ବାରିକ (୨୪), ରୁଦ୍ରପ୍ରକାଶ ରାଉତ ଓରଫ ରାଜା (୨୬) ଏବଂ ତପୁ ବେହେରା (୨୧)ଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରା କରାଯିବା ପରେ ଟାଙ୍ଗୀ ଥାନା ଅନ୍ତର୍ଗତ ସଫା ଗ୍ରାମର ପିପୁନ୍ ଓରଫ ଗଣେଶ୍ୱର ସିଂହ (୩୩)ଙ୍କୁ ଚୋରି ବାଇକ ବିକ୍ରି କରିଥିବା ସ୍ୱୀକାର କରିଥିଲେ। ତେବେ ପୋଲିସ ଦ୍ୱାରା ଚୋରି ମୋଟରସାଇକେଲ୍ଟିକୁ ଜବତ ହୋଇଥିବାବେଳେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲଣ କରାଯାଇଛି।

