ଚୌଦ୍ୱାର ଛାତ୍ରସଂସଦ ନିର୍ବାଚନ: ଜମୁଛି ଏବିଭିପିର ସମର୍ଥନ

@ଚୌଦ୍ୱାର(ଏନ୍.ଏମ୍.): ରାଜ୍ୟରେ ଦୀର୍ଘ ୮ ବର୍ଷ ପରେ ହେଉଛି ଛାତ୍ରସଂସଦ ନିର୍ବାଚନ। ଏଥିପାଇଁ ସମସ୍ତ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଉତ୍ସାହ। ଚୌଦ୍ୱାର ମହାବିଦ୍ୟାଳୟରେ ଏବିଭିପି ଓ ବିଜୁ ଛାତ୍ରଜନତା ଦଳ ମଧ୍ୟରେ ହେଉଛି ପ୍ରତିଦ୍ୱନ୍ଦିତା। ତେବେ ଏହି ପ୍ରତିଦ୍ୱନ୍ଦିତାରେ ଏବିଭିପି ଆଗରେ ରହିଥିବା ଦେଖିବାକୁ ମିଳିଛି। କଲେଜରେ ଏବିଭିପିଙ୍କ ପାଇଁ ଛାତ୍ର ସମର୍ଥନ ବଢ଼ୁଥିବାବେଳେ ଏହାକୁ ଆଗକୁ ନେବା ପାଇଁ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ଏବିଭିପିର ବରିଷ୍ଠ ଉପଦେଷ୍ଟା ସଦସ୍ୟ ତଥା ସମାଜସେବୀ ତ୍ରିଦେବ ବେହେରା, ବିଷ୍ଣୁଚରଣ ପରିଡା ପ୍ରମୁଖ ଦାୟିତ୍ୱ ନେଇଛନ୍ତି। ଛାତ୍ରଛାତ୍ରୀମାନେ କଲେଜର ବିଭିନ୍ନ ସମସ୍ୟାର ସମାଧାନ କରିବା, ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣରେ ସୁଧାର ଆଣିବା, ଇ-ଲାଇବ୍ରେରୀ, ଇ-କ୍ଲାସରୁମ, ଆବଶ୍ୟକ ଅଧ୍ୟାପକ ନିଯୁକ୍ତି ପାଇଁ ସରକାରଙ୍କ ଶିକ୍ଷାବିଭାଗ ଉପରେ ଦାବି କରିବା ପାଇଁ ଏବିଭିପି ଉପରେ ଭରଷା ରଖିଛନ୍ତି। ଚୌଦ୍ୱାର ମହାବିଦ୍ୟାଳୟରେ ଲିରିକା ଲେଙ୍କା ସଭାପତି ଭାବେ ପ୍ରାର୍ଥୀ ହୋଇଥିବାବେଳେ ସାଧାରଣ ସମ୍ପାଦକ ଶୁଭଶ୍ରୀ ତନ୍ମୟ କୁମାର ସାହୁ, ଉପସଭାପତି ଭାବେ ଶୁଭମ କୁମାର ସାହୁ, ଡ୍ରାମାଟିକ ସେକ୍ରେଟାରୀ ଶ୍ରଦ୍ଧାଞ୍ଜଳି ସାମଲ, ଆସିଷ୍ଟାଣ୍ଟ ଡ୍ରାମାଟିକ ସେକ୍ରେଟାରୀ ମହାପ୍ରସାଦ ସାମଲ, ଆଥଲେଟିକ ସେକ୍ରେଟାରୀ ବିଦ୍ୟାଶୁଂ ନାୟକ, ଆସିଷ୍ଟାଣ୍ଟ ଆଥଲେଟିକ ସେକ୍ରେଟାରୀ ରାଜଶ୍ରୀ ନାୟକ, କ୍ଲାସ ରିପ୍ରେଜେଣ୍ଟିଭ ସଂଧ୍ୟାରାଣୀ ବେହେରା ପ୍ରମୁଖ ନିର୍ବାଚନ ରଣାଙ୍ଗନରେ ଅବର୍ତ୍ତୀର୍ଣ୍ଣ ହୋଇଛନ୍ତି।

