ଗଦଳା ଗ୍ରାମରେ ତ୍ରିଦିବସୀୟ ନାମସଂକୀର୍ତ୍ତନ ଓ ହରିହାଟ

ଗଦଳା ଗ୍ରାମରେ ତ୍ରିଦିବସୀୟ ନାମସଂକୀର୍ତ୍ତନ ଓ ହରିହାଟ

ଗଦଳା ଗ୍ରାମରେ ତ୍ରିଦିବସୀୟ ନାମସଂକୀର୍ତ୍ତନ ଓ ହରିହାଟ

123
@ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘର ପୋଖରୀ ପଞ୍ଚାୟତର ଗଦଳା ଗ୍ରାମରେ ତ୍ରିଦିବସୀୟ ନାମସଂକୀର୍ତ୍ତନ ଓ ହରିହାଟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୨୦୦ବର୍ଷରେ ପୂରଣ କରିଥିବାବେଳେ ଏଥିପାଇଁ ସମଗ୍ର ଗ୍ରାମରେ ଆଧ୍ୟାତ୍ମିକତାବାଦ ବ୍ୟାପିଯାଇଥିବାବେଳେ ଉତ୍ସବ ମୁଖର ହୋଇ ଉଠିଥିଲା। ହରିନାମରେ ପ୍ରକମ୍ପିତ ହୋଇପଡ଼ିଥିବା ଗାଁର ଗଗନ ପବନ। କାର୍ଯ୍ୟକ୍ରମରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ବହୁ ମୁରବୀ, ବିଶିଷ୍ଟି ବ୍ୟକ୍ତି ଯୋଗଦେଇ ବିଭୁକୃପା ଲାଭ କରିଥିଲେ। ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମହାନ୍ତି ଯୋଗ ଦେଇ ଏହି ଆଧ୍ୟାତ୍ମିକ ପରିବେଶରେ ନିଜକୁ ହଜାଇ ଦେଇଥିଲେ। ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ନାମଯଜ୍ଞ ସହିତ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନ ପୂର୍ବକ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରୀମଦ ଭାଗବତର ପ୍ରତ୍ୟେକ ସ୍କନ୍ଦର ସୁମଧୁର ସ୍ୱରରେ ଉଲ୍ଲସିତ ହୋଇ ପଡ଼ିଥିଲା ଗଦଳା ଗ୍ରାମ। ଏହି ପରିପ୍ରେକ୍ଷୀରେ ଆୟୋଜିତ ହରି ହାଟରେ ୧୦୮ଗୀତା ପଠନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ