ବିରାଟ ଗାଦି ଶ୍ମଶାନ କାଳୀଙ୍କ ବାର୍ଷିକ ଉତ୍ସବ

ବିରାଟ ଗାଦି ଶ୍ମଶାନ କାଳୀଙ୍କ ବାର୍ଷିକ ଉତ୍ସବ

ବିରାଟ ଗାଦି ଶ୍ମଶାନ କାଳୀଙ୍କ ବାର୍ଷିକ ଉତ୍ସବ

img 20261107 wa0007

ଚୌଦ୍ଵାର ( ଏନ୍ ଏମ୍) : ଚୌଦ୍ୱାର ଐତିହାସିକ ବିରାଟ ଗାଦି ସନ୍ନିକଟ ଶ୍ମଶାନ କାଳୀଙ୍କ ପୀଠରେ ପବିତ୍ର ଦୀପାବଳି ଉତ୍ସବ ଅନୁଷ୍ଠିତ ହେଉଛି। ପୀଠରେ ଆଜିଠୁ ତିନି ଦିନ ବ୍ୟାପୀ ମହା ପୂଜା ଓ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି। ଶନିବାର ଦିନ ମା’ଙ୍କ ପୀଠରେ ରାତ୍ରି ନିଶାର୍ଦ୍ଧ ଅନୁଷ୍ଠାନ ଓ ଅଧିବାସ ସହ ପୂଜାର ଶୁଭାରମ୍ଭ ହୋଇଯାଇଛି। ଏଥିପାଇଁ ସକାଳୁ ମନ୍ଦିରରେ ସାଜସଜ୍ଜା ଚାଲିଥିବା ବେଳେ ଭକ୍ତଙ୍କ ଭିଡ଼ ବଢିବାରେ ଲାଗିଛି।ଆସନ୍ତା କାଲି ମାଆଙ୍କର ସ୍ୱତନ୍ତ୍ର ପୂଜା ହେବା ପରିପ୍ରେକ୍ଷୀରେ ଆଜି ଶତାଧିକ ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ବଧି ପୁଷ୍କରିଣୀରୁ ଏହି କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।ଆସନ୍ତା କାଲି ପ୍ରତ୍ୟୁଷରୁ ସୂର୍ଯ୍ୟ ପୂଜା,ଗୋପୂଜା,ଘୃତ ଯଜ୍ଞ,ନାମ ଯଜ୍ଞ,ଓ ଅର୍ଣ୍ଣ ଯଜ୍ଞ ଅନୁଷ୍ଠିତ ହେଉଛି।ଆସନ୍ତା କାଲି ମା ଶକ୍ତି ଜଗତ ଜନନୀ ରୁଦ୍ର ମୁଖୀ ମା ଶ୍ମଶାନ କାଳୀଙ୍କର ସ୍ୱତନ୍ତ୍ର ପୂଜା ଓ ଚଣ୍ଡୀ ପାଠ ଅନୁଷ୍ଠିତ ହେବ ବୋଲି ପୂଜକ ଦିଲିପକୁମାର ଦାସ,ଚିତ୍ତରଞ୍ଜନ ପାଢ଼ୀ ସରୋଜ କୁମାର ବେହେରା,ପ୍ରଶାନ୍ତ ବେହେରା,ଜୟନ୍ତ ବେହେରା,ଲିଙ୍ଗରାଜ ବେଉରା,ବିଶ୍ୱଜିତ୍ ମହାନ୍ତି,ପ୍ରଶାନ୍ତ ସାହୁ,ହୃଷୀକେଶ ନନ୍ଦୀ,ବିଷ୍ଣୁଚରଣ ପରିଡ଼ା,ପ୍ରଶାନ୍ତ ସାହୁ,ପ୍ରମୁଖ ସୂଚନା ଦେଇଛନ୍ତି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ