ଚୌଦ୍ବାର ରୂପଯାତ୍ରା: ସୂଚନା କେନ୍ଦ୍ର ଉଦ୍ଘାଟିତ
ଚୌଦ୍ବାର(ଏନ୍. ଏମ୍): ପାଗର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚୌଦ୍ବାରର ରୁପଯାତ୍ରା ଆଗେଇ ଚାଲିଛି।ସକାଳୁ ସକାଳୁ କିଛି ସମୟ ପାଇଁ ବର୍ଷା ହୋଇଯାଇଥିବା ବେଳେ ଦିନ ତମାମ ପାଗ କୋହଲା ରହିଥିଲା। ତଥାପି ଆସନ୍ତାକାଲି ରୂପଯାତ୍ରା ମେଲଣ ପଡ଼ିଆକୁ ମଣ୍ଡପରୁ ମେଢ଼ ଗୁଡ଼ିକ ଆସିବାକୁ ଥିବାବେଳେ ଆଜି ଚୌଦ୍ଵର କଟକ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ପୂଜା ମଣ୍ଡପ ପରିଦର୍ଶନ କରିବା ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଚୌଦ୍ବାରର ସମସ୍ତ ମେଢ଼ ମଣ୍ଡପକୁ ଯାଇ ବିଭିନ୍ନ ଦେବାଦେବୀଙ୍କ ଦର୍ଶନ କରି କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲା।ତାଙ୍କ ସହିତ ଶତାଧିକ ବିଜେପି କର୍ମୀ ଯୋଗଦେଇଥିଲେ।ସେହିଭଳି ମେଲଣ ପଡିଆରେ ସୂଚନା କେନ୍ଦ୍ର ଉଦଘାଟନ ସହ ବିରାଟ ଚୌଦ୍ଵର ପତ୍ରିକା ମଧ୍ୟ ଉନ୍ମୋଚନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଚୌଦ୍ବାର କଟକର ପୂର୍ବତନ ବିଧାୟକ ଡ.ବିଶ୍ୱାଳ, ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତି, ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୂଚନା କେନ୍ଦ୍ର ଉଦଘାଟନ କରିଥିଲେ। କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାୟକ , ସମ୍ପାଦକ ନାରାୟଣ ସ୍ୱାଇଁ, ପତ୍ରିକା ସମ୍ପାଦକ ରାମଚନ୍ଦ୍ର ମହାରଣା, ବିଦ୍ୟୁତ ଵିଭାଗ ମୁଖ୍ୟ ଅଧିକାରି ବିଶ୍ୱରଞ୍ଜନ ଦେହୁରୀ, ଚୌଦ୍ବାର ପୌରଉପାଦକ୍ଷ ଶୁଭେନ୍ଦୁ ସାମଲ, ଇମ୍ଫା ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ, ପୁର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଶୋକ କୁମାର ଦାସ ପରିଚାଳନା କରିଥିଲେ।


