୫ ଟଙ୍କା ବଢିଲା ପେଟ୍ରୋଲ, ଡିଜେଲ୍ ଦାମ୍ ବି ବୃଦ୍ଧି

୫ ଟଙ୍କା ବଢିଲା ପେଟ୍ରୋଲ, ଡିଜେଲ୍ ଦାମ୍ ବି ବୃଦ୍ଧି

୫ ଟଙ୍କା ବଢିଲା ପେଟ୍ରୋଲ, ଡିଜେଲ୍ ଦାମ୍ ବି ବୃଦ୍ଧି

petrol increase image 22 23
@ନୂଆଦିଲ୍ଲୀ(ଏନ୍‌.ଏମ୍‌.): ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇବା ଆରମ୍ଭ କରିଛି। ଭାରତର ସର୍ବବୃହତ ଘରୋଇ ଇନ୍ଧନ ଖୁଚୁରା କମ୍ପାନୀ ନାୟାରା ଏନର୍ଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି। ବିଶ୍ୱ ସ୍ତରରେ ଶକ୍ତି ମୂଲ୍ୟ ବୃଦ୍ଧି ଯୋଗୁଁ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ଉପରେ ନୂତନ ଚାପ ପଡ଼ିବା ମଧ୍ୟରେ ଏହି ବୃଦ୍ଧି କରାଯାଇଛି। ସାରା ଦେଶରେ ୭,୧୦୮ଟି ପେଟ୍ରୋଲ ପମ୍ପ ପରିଚାଳନା କରୁଥିବା ନାୟାରା ଏନର୍ଜି ଶନିବାର ଭୋରରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛି। ଏ ସମ୍ପର୍କରେ ଟିପ୍ପଣୀ ଦେବା ପାଇଁ ନାୟରାର ମୁଖପାତ୍ରଙ୍କୁ ପଠାଯାଇଥିଲା ଇମେଲ୍ରେ କୌଣସି ଜବାବ୍ ମିଳିନାହିଁ। ଚଳିତ ବର୍ଷ ଆରମ୍ଭରୁ ଇରାନ-ଇସ୍ରାଏଲ ଏବଂ ଆମେରିକା ସଂଘର୍ଷ କାରଣରୁ ଶକ୍ତି ସଙ୍କଟ ସୃଷ୍ଟି ହୋଇଥିଲା। ସେତେବେଳେ ଅନ୍ତର୍ଜାତୀୟ ତୈଳ ଦରଦାମ୍ ବୃଦ୍ଧିର ବୋଝ ଉପଭୋକ୍ତଙ୍କ ଉପରେ ପକାଇଥିବା ନାୟରା ପ୍ରଥମ ଇନ୍ଧନ ଖୁଚୁରା ବିକ୍ରେତା ଥିଲା। କମ୍ପାନୀ ୨୬ ମାର୍ଚ୍ଚରେ ପେଟ୍ରୋଲର ଦାମରେ ୫ ଟଙ୍କା ପ୍ରତି ଲିଟର ଓ ଡିଜେଲର ଦାମ୍ରେ ୩ ଟଙ୍କା ପ୍ରତି ଲିଟର ବୃଦ୍ଧ କରିଥିଲା। ଏହାପରେ ସାର୍ବଜନୀନ କ୍ଷେତ୍ରର ଇନ୍ଧନ ଖୁଚୁରା କମ୍ପାନୀଙ୍କରେ ମଇରେ ପମ୍ପରେ ଦାମ୍ ବୃଦ୍ଧ କରିବାକୁ ପଡିଥିଲା। ନାୟରା ପରେ ନିଜ ମାର୍ଚ୍ଚ ମାସର ବୃଦ୍ଧିକୁ ଫେରାଇ ନେଇଥିଲା। ପଶ୍ଚିମ ଏସିଆରେ ଉତ୍ତେଜନା କମ୍ ହେବାପରେ ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦାମ୍ରେ ହ୍ରାସ ହେବାପରେ କମ୍ପାନୀ ୧ ଜୁଲାଇରେ ପେଟ୍ରୋଲର ଦାମ୍ ୫ଟଙ୍କା ପ୍ରତି ଲିଟର ଓ ଡିଜେଲ୍ ଦାମ୍ ତିନି ଟଙ୍କା ପ୍ରତି ଲିଟର ହ୍ରାସ କରିଥିଲା। ଉଲ୍ଲେଖନୀୟ ଯେ, ଗତ କିଛି ଦିନରେ ପେଟ୍ରୋଲ ଓ ଡିଜେଲ ବିକ୍ରିର ସୀମାକୁ ନେଇ ଚର୍ଚ୍ଚା ଚାଲିଛି। ଏହା ଭିତରେ ସରକାର ଇନ୍ଧନ ବିକ୍ରି ଉପରେ କେ?ଣସି ପ୍ରକାର ସୀମା ଲଗାଇବା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିକଟରେ ପେଟ୍ରୋଲିୟମ୍ ସଚିବ ନୀରଜ ମିତ୍ତଲ କହିଛନ୍ତି, କାହାକୁ ପେଟ୍ରୋଲ-ଡିଜେଲ୍ର ବିକ୍ରି ସୀମିତ କରିବାର ଅନୁମତି ମିଳିନି। ମିତ୍ତଲ ଡିଜେଲ ବିକ୍ରି ଉପରେ ସୀମା ଲଗାଯିବାର ଖବର ଉପରେ କହିଚନ୍ତି, ଏହାକୁ ସ୍ୱୀକାର କରିହେବନି ଓ ଏହି ମାମଲାରେ ସରକାରଙ୍କ ଆଭିମୁଖ୍ୟରେ କେ?ଣସି ପରିବର୍ତ୍ତନ ହୋଇନି। ତାଙ୍କର ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଜିଓ-ବିପି ଓ ନାୟରା ଏନର୍ଜି ନିଜର କିଛି ପେଟ୍ରୋଲ ପମ୍ପରେ ଡିଜେଲ ବିକ୍ରି ସୀମିତ କରିଦେଇଥିଲା। ଖୁଚୁରା ଓ ହୋଲସେଲ୍ ଡିଜେଲ୍ ଦାମ୍ରେ ପ୍ରାର୍ଥକ୍ୟ ବଢିବା ଦ୍ୱାରା କାରଖାନା, ଦୂରସଞ୍ଚାର କମ୍ପାନୀ, ହୋଟେଲ, ହସ୍ପିଟାଲ ଓ ଅନ୍ୟ ବଡ ଉପଭୋକ୍ତା ଖୁଚୁରା ପମ୍ପରୁ ଅପେକ୍ଷାକୃତ ଶସ୍ତା ଡିଜେଲ୍ କିଣିବାରେ ଲାଗିଛନ୍ତି। ଡିଜେଲର ଖୁଚୁରା ଓ ହୋଲସେଲ୍ ଦାମ୍ରେ ପ୍ରାର୍ଥକ୍ୟ ପ୍ରାୟ ୫୦ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ଏହାଦ୍ୱାରା କିଛି ଔଦଗିକ ଉପଭୋକ୍ତ ଖୁଚୁରା ପମ୍ପରୁ ଥରକରେ ୪୦୦ ରୁ ୬୦୦ ଲିଟର ପର୍ଯ୍ୟନ୍ତ ଡିଜେଲ୍ କିଣୁଛନ୍ତି। ଏହାଦ୍ୱାରା କିଛି ପେଟ୍ରୋଲ ପମ୍ପର ଭଣ୍ଡାର ଉପରେ ଚାପ ବଢିବାରେ ଲାଗିଛି। ସେଭଳି ଏହାର ସଂରକ୍ଷଣ କ୍ଷମତା ସୀମିତ ହେବାରେ ଲାଗିଛି ଓ ପୁଣିଥରେ ଯୋଗାଣରେ କିଛି ଦିନ ଲାଗିପାରେ। ଏଭଳି ସ୍ଥିତିରେ ଜିୟୋ-ବିପି କିଛି ପମ୍ପରରେ ଜଣେ ଗ୍ରାହକଙ୍କୁ ପ୍ରତିଦିନ ସର୍ବାଧିକ ୫୦ ଲିଟର ଡିଜେଲ କିଣିବାର ସୀମା ରଖିଛି। ସେଭଳି ନାୟାରା ଏନର୍ଜିର ପମ୍ପରେ ଏହି ସୀମା ୭୦ ରୁ ୨୦୦ ଲିଟର ଭିତରେ ରହିଛି।

Slider ଦେଶ ବିଦେଶ ପପୁଲାର ନିଓଜ ବାଣିଜ୍ୟ ବ୍ରେକିଙ୍ଗ ନିଉଜ