ଚୌଦ୍ଵାର ରୂପଯାତ୍ରା : ମେଢ଼ ମାନଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା ସନ୍ତୋଷ ମହାନ୍ତି
ଚୌଦ୍ୱାର(ଏନ୍ ଏମ୍): ସାମୁଦ୍ରିକ ଝଡ଼ ଅର୍ଣ୍ଣଵ ପ୍ରଭାବରେ ପାଗ ଅସ୍ୱାଭାଭିକା ଭାବରେ ପରିବର୍ତନ ହୋଇଛି। କଟକକୁ ବାତ୍ୟା ଆସିନଥିଲେ ମଧ୍ୟ ଦୁଇ ଦିନ ଧରି ଅବିରତ ବର୍ଷା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଭାବିତ କରିଛି। ପବିତ୍ର କୁମାର ଉତ୍ସଵ ପାଇଁ ଚୌଦ୍ୱାର ରେ ରୂପଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରତିକୂଳ ପାଗ ଯାତ୍ରାର ମାହୋଲ କୁ ନଷ୍ଟ କରିଦେଇଛି। କୁମାର ପୂର୍ଣ୍ଣିମା ପରଦିନ ଚୌଦ୍ୱାର ର ବିଭିନ୍ନ ମଣ୍ଡପରେ ସଂକୃତିକ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଥିବା ବେଳେ ବୁଧବାର ଦିନ ମଣ୍ଡପରୁ ମୃଣୟୀ ପ୍ରତିମା ରୋଷଣୀ କରି ଯାତ୍ରା ପଡିଆକୁ ଆଣିବା କ୍ଷେତ୍ରରେ ମଧ୍ୟ ସମସ୍ୟା ଉପୁଜିଥିଲା। ଦିନ ତମାମ ଝିପିଝିପି ବର୍ଷା ଯୋଗୁ ବିଭିନ୍ନ ମଣ୍ଡପ ପକ୍ଷରୁ ନାମୀଦାମୀ ବ୍ରାସବ୍ୟାଣ୍ଡ ଆସିଥିଲେ ମଧ୍ୟ୍ ଠିକ ଭାବେ କାର୍ଯ୍ୟକ୍ରମ ହୋଇପାରିନଥିଲା। ସେହିଭଳି ଆଜି ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ପାଗ ଅନୁକୂଳ ରହିବା ଯୋଗୁ ରୂପଯାତ୍ରା ପଡିଆରେ ପ୍ରବଳ ଜନସାମାଗମ ସହ ଯାତ୍ରାର ମଜା ଉଠାଇଥିଲେ ଅଞ୍ଚଳବାସୀ। ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେ ତାଳେ ମନଖୋଲା ନାଚ କରି ପଡିଆରୁ ମେଢ଼ ବିସର୍ଜନ ପାଇଁ ବାହାରିଥିଲେ।ଲୋକେ ବର୍ଷାକୁ ଖାତିର ନକରି ପଡିଆରେ ଭରପୁର ମନୋରଞ୍ଜନ କରିଥିଲେ।ବିଶେଷକରି ଘରକାରଣ ଜିନିଷ ସହିତ ବିଭିନ୍ନ ଚଟପଟି ଖାଦ୍ୟର ମଜା ମଧ୍ୟ ଉଠାଇଥିଲେ। ଏହି ଅବସରରେ ବିଜେପି ନେତା ସନ୍ତୋଷ କୁମାର ମହାନ୍ତି ଶତାଧିକ ସମର୍ଥକଙ୍କ ଗହଣରେ ଆସି ଭସାଣି ଅଭିମୁଖେ ଯାଉଥିବା ମେଢ଼ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


