ଐତିହାସିକ ରୂପଯାତ୍ରା ନେଇ ଚୌଦ୍ୱାର ଥାନା ପକ୍ଷରୁ ପ୍ରସ୍ତୁତି ବୈଠକ ଚୌଦ୍ୱାର(ଏନ୍.ଏମ୍.): ଐତିହାସିକ ଚୌଦ୍ୱାରରେ ଲକ୍ଷ୍ମୀପୂଜା ତଥା ରୂପଯାତ୍ରା ପାଇଁ ଚୌଦ୍ୱାର ଥାନା ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀଛକସ୍ଥିତ ଟାଉନହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ଥାନା ଅଧିକାରୀ ରଜନୀକାନ୍ତ ଦାସ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଚୌଦ୍ୱାର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଚୌଦ୍ୱାର ପୌରାଧିକାରୀ ସୌମ୍ୟରଞ୍ଜନ…

