ଚୌଦ୍ୱାର ଜୟନ୍ତୀନଗରରେ ପାଳନ ହେଲା ଭାଗବତ ଜନ୍ମ

ଚୌଦ୍ୱାର ଜୟନ୍ତୀନଗରରେ ପାଳନ ହେଲା ଭାଗବତ ଜନ୍ମ

ଚୌଦ୍ୱାର ଜୟନ୍ତୀନଗରରେ ପାଳନ ହେଲା ଭାଗବତ ଜନ୍ମ

whatsapp image 2026 09 26 at 4.56.16 pm
@ ଚୌଦ୍ୱାର(ଏନ୍‌.ଏମ୍‌.): ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକ ଓଡ଼ିଆ ଘରେ ପାଳିତ ହେଉଛି ପବିତ୍ର ଭାଗବତ ଜନ୍ମ ଉତ୍ସବ। ଏହି ଅବସରରେ ଚୌଦ୍ୱାର ପୌରାଞ୍ଚଳର ୮ନମ୍ବର ୱାର୍ଡ଼ ଜୟନ୍ତୀ ନଗର ଠାରେ ଭାଗବତ ଜନ୍ମ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଶ୍ରୀମଦ ଭାଗବତ ପୂଜନ ଓ ପାଠ କରାଯାଇଥିଲା। ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରୀ ଶ୍ରୀ ଭାଗବତ ଗୋସେଇଁଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ଦିବାକର ସାହୁ, ରମେଶ ଦାସ, ଦିବାକର ବେହେରା, ଅକ୍ଷୟ ପଟ୍ଟନାୟକ, ଶଶିକାନ୍ତ ପରିଡ଼ା, ବିବେକାନନ୍ଦ ସାହୁ, ବାଟୁଧର ସାମଲ, ପ୍ରମୋଦ ସାହୁ, ସାର୍ଥକ ମହାନ୍ତି, ସନ୍ତୋଷ ବର୍ମନ, ସ୍ମୃତିରଞ୍ଜନ ନାଥ, ଅଭିଜିତ ମହାପାତ୍ର, ଜଗନ୍ନାଥ ରାଜ, ସନ୍ତୋଷ ମହାପାତ୍ର, ସୁରେଶ ମହାନ୍ତି, ପ୍ରତାପ ବେହେରା, ଦିପ୍ତିରଞ୍ଜନ ସାହୁ, ଅନୁଜ ବାରିକ, ଆର୍ତ୍ତବନ୍ଧୁ ଛୋଟରାୟ, ଶିବାଶିଷ ମହାପାତ୍ର, ଶ୍ରୀନିବାସ ସାହୁ, ପ୍ରହଲ୍ଲାଦ ସାହୁ, କେଶବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି ପୀଠରେ ସଂଧ୍ୟାରେ ଆୟୋଜିତ ଭଜନସଂଧ୍ୟା କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଭକ୍ତିରସରେ ନିମଜ୍ଜିତ ହୋଇଥିଲେ। ଓଟିଏମକଲୋନୀ ସ୍ଥିତ ସତ୍ୟନାରାୟଣ ମନ୍ଦିର ପଡ଼ିଆ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଆଶ୍ରମ ପରିସରରେ ଶ୍ରୀମଦ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଆଶ୍ରମ ପରିବାରର କୃଷ୍ଣଚନ୍ଦ୍ର ମହାନ୍ତି, ସନ୍ତୋଷ ଧର, ମିହିର ଲେଙ୍କା, ବୀରବର ବେହେରା, ବିଜୟ ଅରିସଲ, ରାଜେନ୍ଦ୍ର ପ୍ରଧାନ, ରାଜକିଶୋର ସାମନ୍ତ, ବିଭୁତି ଦାସ, ସଚ୍ଚିଦାନନ୍ଦ ପାଲ ପ୍ରମୁଖ ବହୁ ମହିଳା ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ