ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦକୁ ସିପିଆଇ(ଏମ୍‌)ର ସମର୍ଥନ

ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦକୁ ସିପିଆଇ(ଏମ୍‌)ର ସମର୍ଥନ

ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦକୁ ସିପିଆଇ(ଏମ୍‌)ର ସମର୍ଥନ
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ୪୦ ଦିନରେ ସତ୍ୟାଗ୍ରହ ଏବଂ ଅକ୍ଷୟ କୁମାରଙ୍କ ୨୩ ଦିନରେ ପହଞ୍ଚିଲା ଅନଶନ

whatsapp image 2026 09 28 at 7.22.57 pm
@ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହିତ ୬ ଦଫା ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନର ୪୦ ଦିନର ସତ୍ୟାଗ୍ରହ ଏବଂ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ଅନିର୍ଦ୍ଧିଷ୍ଟ କାଳୀନ ଅନଶନ ଆଜି ୨୩ ଦିନରେ ପହଞ୍ଚିଛି। ଏହି ୬ ଦଫା ଦାବିକୁ ନେଇ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନ ଏବଂ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର। ଶ୍ରୀ କୁମାରଙ୍କ ‘ଓଡ଼ିଶା ବନ୍ଦ’ ଆହ୍ୱାନକୁ ଆଜି ସିପିଆଇ(ଏମ୍‌) ସମର୍ଥନ ଜଣାଇଛି। ସିପିଆଇ (ଏମ)ର ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ ଏନେଇ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ଓଡ଼ିଶାରେ ୧ମ ଶ୍ରେଣୀଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତକରେ ସାଂଘାତିକ ଭୁଲ ତ୍ରୁଟିମାନ ରହିବା ଅତ୍ୟନ୍ତ ଉଦ୍‌ବେଗର ବିଷୟ। ଏହି ପୁସ୍ତକଗୁଡ଼ିକୁ ବାତିଲ କରି ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଆଖୁକାନ ବୁଜି ବସିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ସିପିଆଇ(ଏମ୍‌) ଓଡ଼ିଶା ରାଜ୍ୟ କମିଟି ସମର୍ଥନ ପ୍ରକଟ କରିବା ସହିତ ଓଡ଼ିଶା ବନ୍ଦକୁ ସମର୍ଥନ କରୁଛି ବୋଲି କହିଛନ୍ତି।
ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନୱର ଅଲ୍ଲୀ ଏବଂ ରାଜ୍ୟ ମହିଳା ଆବାହକ ମଧୁମିତା ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ବାହାରି ଭୁବନେଶ୍ୱରର ୟୁନିଟ୍‌-୪, କଳିଙ୍ଗ ଷ୍ଟାଡ଼ିୟମ ଛକ, ଜୟଦେବ ବିହାର, ଫର୍ଚ୍ୟୁନ୍ ଟାୱାର, ମୈତ୍ରୀ ବିହାର, ନାଲକୋ ଛକ, ଚନ୍ଦ୍ରଶେଖରପୁର, ନିଳାଦ୍ରି ବିହାର, ଶୈଳଶ୍ରୀ ବିହାର, ଡମଣା, ଇନଫୋସିଟି, ପଟିଆ, କିଟି ଲ କଲେଜେ ପଡ଼ିଆ ଆଦି ସ୍ଥାନରେ କାର ରାଲୀ ଓ ପ୍ରଚାର କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଓଡ଼ିଶା ବନ୍ଦକୁ ସମସ୍ତେ ସମର୍ଥନ ଜଣାଇବା ସହ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରଖିବା ପାଇଁ ନିବେଦନ କରିଥିଲେ।
ଆଜିର ଅନଶନରେ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ଡା. କୁଳମଣୀ, ଢେଙ୍କାନାଳ ପ୍ରଭାରୀ ଅଶ୍ୱିନୀ ଜେନା, ଭୁବନେଶ୍ୱର ଯୁବଛାତ୍ର ସଭାପତି ଅମିତି ଜେନା, ସ୍ମୃତି ରଂଜନ ସାମଲ, ଏମ.ଡ଼ି ମନୱର, ବରିଷ୍ଠ କୃଷକ ନେତା ସୁରେନ୍ଦ୍ର ମହାରଣା, କେନ୍ଦ୍ରାପଡ଼ାର ଅକୃର ପଲାଇ, ଗଞ୍ଜାମ ଛାତ୍ର ନେତା ଗଣେଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ