ଅବକାରୀ ବିଭାଗର ଚଢ଼ାଉ ଦେଶୀ ମଦ ଜବତ, ୩ ଗିରଫ 

ଅବକାରୀ ବିଭାଗର ଚଢ଼ାଉ ଦେଶୀ ମଦ ଜବତ, ୩ ଗିରଫ 

ଅବକାରୀ ବିଭାଗର ଚଢ଼ାଉ ଦେଶୀ ମଦ ଜବତ, ୩ ଗିରଫ 

img 20261030 wa0003

ଚୌଦ୍ୱାର (ଏନ୍ଏମ୍): ଚୌଦ୍ୱାର ଥାନା ଅଞ୍ଚଳରେ କଟକ ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ବୁଧବାର ତିନୋଟି ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଏଥିରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ, ଚାରିଘରିଆ ନର୍ସିଂକଲେଜ ନିକଟରୁ ରାହୁଲ କୁମାର ମଲ୍ଲିକ (୧୯) ଓଟିଏମ୍ କଲୋନୀ ଅଞ୍ଚଳରୁ ଆଶିଷ ମଲ୍ଲିକ (୨୭)ଏବଂ ମୁଣ୍ଡମାଳ ବଜାରରୁ ସମୀର ମଲ୍ଲିକ (୨୩) ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ମୋଟ ୩ ଶହ ଲିଟରରୁ ଉର୍ଦ୍ଧ୍ୱ ମଦ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୯୬ ହଜାର ଟଙ୍କା ହେବ ବୋଲି ଅବକାରୀ ଵିଭାଗ ପକ୍ଷରୁ ସୂଚନା ମିଳିଛି। ସମସ୍ତ ଅଭିଯୁକ୍ତ ଆଠଗଡ଼ କରିକୋଲ ଅଞ୍ଚଳର ହୋଇଥିବା ବେଳେ ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ସ୍କୁଟି, ଗୋଟିଏ ବାଇକ ଓ ୩ଟି ମୋବାଇଲ ରହିଛି। ଏହି ଚଢ଼ାଉରେ ଅଧିକାରି ଭକ୍ତବତ୍ସଳ ବର୍ମାଙ୍କ ନେତୃତ୍ୱରେ ଏସଆଇ ନିରୁପମା ସାହୁ, ଏଏସଆଇ ହରିହର ନାୟକ, ଦେବବ୍ରତ ଓଝା, ଅଜୟ କୁମାର ଜେନା ପ୍ରିୟତମ ରଥ, ଶଙ୍କର ସିଂ, ଲକ୍ଷ୍ମଣ ବେହେରା ପ୍ରମୁଖ ସାମିଲ ଥିଲେ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ