ଚୌଦ୍ୱାର ମହାବିଦ୍ୟାଳୟରେ ନାମାଙ୍କନ ଦାଖଲ କଲେ ବିଜୁ ଛାତ୍ରଜନତା ଦଳର ୯ଜଣ ପ୍ରାର୍ଥୀ

ଚୌଦ୍ୱାର ମହାବିଦ୍ୟାଳୟରେ ନାମାଙ୍କନ ଦାଖଲ କଲେ ବିଜୁ ଛାତ୍ରଜନତା ଦଳର ୯ଜଣ ପ୍ରାର୍ଥୀ

ଚୌଦ୍ୱାର ମହାବିଦ୍ୟାଳୟରେ ନାମାଙ୍କନ ଦାଖଲ କଲେ ବିଜୁ ଛାତ୍ରଜନତା ଦଳର ୯ଜଣ ପ୍ରାର୍ଥୀ

333333333333333
@ଚୌଦ୍ୱାର(ଏନ୍‌.ଏମ୍‌.): ଦୀର୍ଘ ୮ବର୍ଷ ପରେ ଆରମ୍ଭ ହୋଇଛି ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଭିନ୍ନ ପଦବୀପାଇଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ କପାଳେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ପ୍ରାର୍ଥୀମାନେ ଏକ ବିରାଟ ପଟୁଆର ନେଇ ଶୋଭାଯାତ୍ରାରେ ଯାଇ ନାମାଙ୍କନପତ୍ର ଦାଖଲ କରିଥିଲେ। କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତାପସ ମହାନ୍ତିଙ୍କ ନେତୃତ୍ୱରେ ଚୌଦ୍ୱାର ପୌର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ବିଜେଡି ନେତା ଜିଲ୍ଲାପରିଷଦ ସଦସ୍ୟ ପ୍ରତିନିଧି ତିର୍ଥାନନ୍ଦ ସୁବୁଦ୍ଧିରାୟ, ଚୌଦ୍ୱାର ନଗର ବିଜେଡି କାର୍ଯ୍ୟକାରୀ ସଭାପତି ବିମଳ କୁମାର ବେଉରା, ପୂର୍ବତନ ଉପାଧ୍ୟକ୍ଷ ଅଜୟ କୁମାର ବେହେରା, ମହିଳା ସଭାନେତ୍ରୀ ରଞ୍ଜୁଲତା ଦାସ, ମିନତୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଦଳ ପକ୍ଷରୁ ଚୌଦ୍ୱାର କଲେଜର ଛାତ୍ରସଂସଦ ନିର୍ବାଚନରେ ସଭାପତି ପାଇଁ କେ.ବି. ସ୍ୱାତୀ ସୋମାଲିନ ସ୍ୱାଇଁ, ଉପସଭାପତି ଭାଗ୍ୟଶ୍ରୀ ବେହେରା, ସାଧାରଣ ସମ୍ପାଦକ ଭାବେ ଶ୍ରୀୟା ଠାକୁରତା, ଡ୍ରାମାଟିକ ସେକ୍ରେଟାରୀ ମନୋଜ ମଲ୍ଲିକ, ଆଥଲେଟିକ ସେକ୍ରେଟାରୀ ବିଶ୍ୱଜିତ ବେହେରା, ଆସିଷ୍ଟାଣ୍ଡ ଆଥଲେଟିକ ସେକ୍ରେଟାରୀ ଭାବେ ଭାଗବତ ବେହେରା, କ୍ଲାସ ରିପ୍ରେଜେଣ୍ଟିଭ ରୀନା ପ୍ରଧାନ, ବର୍ଷାରାଣୀ ସେଠୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି