କେନାଲରୁ ମିଳିଲା ଶନିବାରରୁ ନିଖୋଜ ନାବାଳକର ଶବ

କେନାଲରୁ ମିଳିଲା ଶନିବାରରୁ ନିଖୋଜ ନାବାଳକର ଶବ

କେନାଲରୁ ମିଳିଲା ଶନିବାରରୁ ନିଖୋଜ ନାବାଳକର ଶବ

kuna
@ଚୌଦ୍ୱାର (ଏନ୍‌.ଏମ୍‌.): ୩ଦିନ ତଳୁ ନିଖୋଜ ଥିବା ନାବାଳକର ମୃତ ଦେହ କେନାଲରୁ ମିଳିଛି। ଚୌଦ୍ୱାର ଥାନା ଅନ୍ତର୍ଗତ ଦେଉଳଚୁଆ ଆଦିବାସୀବସ୍ତିର ୧୨ବର୍ଷର ନାବାଳକ କୁନା ହେମ୍ବ୍ରମଙ୍କ ଅଲଣା ଅଞ୍ଚଳର ହାଇଲେବଲ କେନାଲରେ ସୋମବାର ସକାଳୁ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ କୁନା ଗତ ଶନିବାର ରାତିରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୁନାଙ୍କର କୌଣସି ଖବର ମିଳିନଥିଲା। ତେବେ ମୃତ କୁନା ଦେଉଳଚୁଆ ମୁଣ୍ଡାସାହିର କାହ୍ନୁ ହେମ୍ବ୍ରମଙ୍କ ଏକମାତ୍ର ପୁଅ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କୁନା ଗତ ଶନିବାର ରାତିରୁ ନିଖୋଜ ଥିଲେ। ସୋମବାର କେନାଲରେ ତାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଚୌଦ୍ୱାର ଥାନା ଅଧିକାରୀ ବିକାଶ ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ତେବେ ଶୌଚ ପାଇଁ ଯାଇଥିବା ସମୟରେ କୁନା କେନାଲରେ ବୁଡ଼ି ଯାଇଥାଇ ପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏକମାତ୍ର ପୁଅକୁ ହରାଇ ମା’ ଓ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। କାହ୍ନୁ ହେମ୍ବ୍ରମଙ୍କ ୪ ଝିଅ ସହିତ ଏକ ମାତ୍ର ପୁତ୍ର କୁନା ଥିଲେ। ତେବେ ଏକମାତ୍ର ପୁତ୍ରସନ୍ତାନଙ୍କୁ ହରାଇ ପରିବାର ଲୋକେ ମର୍ମାହତ ହୋଇ ପଡ଼ିଛନ୍ତି। ଏହି ଦୁଃଖଦ ସମୟରେ ଚୌଦ୍ୱାର ଥାନା ଅଧିକାରୀ ବିକାଶ ସେଠୀ ବ୍ୟବଚ୍ଛେଦ ସମ୍ପର୍କିତ ଖର୍ଚ୍ଚ ବହନ କରିଥିବା ଜଣାପଡ଼ିଛି। ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ