ଐତିହାସିକ ରୂପଯାତ୍ରା ନେଇ ଚୌଦ୍ୱାର ଥାନା ପକ୍ଷରୁ ପ୍ରସ୍ତୁତି ବୈଠକ

choudwar roopajatra
ଚୌଦ୍ୱାର(ଏନ୍‌.ଏମ୍‌.): ଐତିହାସିକ ଚୌଦ୍ୱାରରେ ଲକ୍ଷ୍ମୀପୂଜା ତଥା ରୂପଯାତ୍ରା ପାଇଁ ଚୌଦ୍ୱାର ଥାନା ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀଛକସ୍ଥିତ ଟାଉନହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ଥାନା ଅଧିକାରୀ ରଜନୀକାନ୍ତ ଦାସ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଚୌଦ୍ୱାର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଚୌଦ୍ୱାର ପୌରାଧିକାରୀ ସୌମ୍ୟରଞ୍ଜନ ମିଶ୍ର, ଯାତ୍ରା କମିଟି ଉପସଭାପତି ପ୍ରଦୀପ ନାୟକ, ସମ୍ପାଦକ ନାରାୟଣ ସ୍ୱାଇଁ, ଅଗ୍ନିଶମ ଅଧିକାରୀ ସୌରଭ ରାଉତଙ୍କ ସମେତ ବିଦ୍ୟୁତ ବିଭାଗ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗ ଅଧିକାରୀ ଏବଂ ମେଢ଼ କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଚଳିତ ବର୍ଷ ରୂପଯାତ୍ରାରେ ବିଶେଷ କରି ଟ୍ରାଫିକ ନିୟନ୍ତ୍ରଣ, ଆଲୋକୀକରଣ, ଭିଡ଼ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ଏଥିସହିତ ପ୍ରତ୍ୟେକ ମେଢ଼ କମିଟି ପକ୍ଷରୁ ସ୍ୱତନ୍ତ୍ର ଭଲ୍ୟୁଣ୍ଟିୟର ନିଯୁକ୍ତି କରିବାକୁ ଥାନା ଅଧିକାରୀ ପରାମର୍ଶ ଦେଇଥିଲେ। ଆସନ୍ତା ଅକ୍ଟୋବର ୨୬ ଓ ୨୭ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୮ରେ ରୂପଯାତ୍ରା ପଡ଼ିଆକୁ ମେଢ଼ ଆସିବ ଏବଂ ୨୯ତାରିଖରେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ।ଚଳିତ ବର୍ଷ ୪୩ଟି ମେଢ଼ ଯାତ୍ରାପଡ଼ିଆକୁ ଆସିବ ଏବଂ ପରଦିନ କ୍ରମାନ୍ୱୟରେ ବିରୂପାସ୍ଥିତ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ ହେବ। ରାତି ୧୨ଟା ସୁଦ୍ଧା ଭସାଣି ଶେଷ କରିବା ସହ ଶବ୍ଦ କଟକଣା ମାନିବା ଡିଜେ ବ୍ୟବହାର ନକରିବା ଓ ନିଶାମୁକ୍ତ ଶୋଭାଯାତ୍ରା କରିବାକୁ ମେଢ଼ କର୍ମକର୍ତ୍ତାଙ୍କୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ