ପୁଣି ସମୁଦ୍ରରେ ଘୁର୍ଣ୍ଣିବଳୟ ଆସୁଛି ବଡ଼ ବର୍ଷା, ନେଇପାରେ ବାତ୍ୟାର ରୂପ !

ପୁଣି ସମୁଦ୍ରରେ ଘୁର୍ଣ୍ଣିବଳୟ ଆସୁଛି ବଡ଼ ବର୍ଷା, ନେଇପାରେ ବାତ୍ୟାର ରୂପ !

ପୁଣି ସମୁଦ୍ରରେ ଘୁର୍ଣ୍ଣିବଳୟ ଆସୁଛି ବଡ଼ ବର୍ଷା, ନେଇପାରେ ବାତ୍ୟାର ରୂପ !

akvan cyclone
@ଭୁବନେଶ୍ୱର (ଏନ୍‌.ଏମ୍‌.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୪ ତାରିଖ ସୁଦ୍ଧା ସୁଦୃଶ୍ୟ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଅବପାତର ରୂପ ନେବା ସମ୍ଭାବନା ରହିଛି। ତେବେ ଏହା ସମୁଦ୍ର ଭିତରେ ଭୀଷଣ ରୂପ ନେଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଯଦି ଏହା ବାତ୍ୟାର ରୂପ ନିଏ ତେବେ ଏହାର ନାମ ‘ଆକଭାନ’ ରହିବ। ଏହି ନାମକୁ ଇରାନ ଦେଶ ଚୟନ କରିଛି।
ଏହାର ପ୍ରଭାବରେ ନଭେମ୍ବର ୧୪ରୁ ୧୬ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ଏହି ସମୟରେ ପବନର ଝଟକା ୬୦ କିଲୋମିଟର ଛୁଇଁବା ଆଶଙ୍କା ରହିଛି। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ଶକ୍ତିଶାଳୀ ହେବାରେ ଲାଗିଛି । ଏହା ୧୬ ତାରିଖରେ ସମୁଦ୍ରରେ ବାତ୍ୟାର ରୂପ ନେବ। ୧୮ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମୁଦ୍ର ଭିତରେ ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ନେଇ ସମ୍ଭାବନା ରହିଛି। ଆସନ୍ତା ୧୮ ତାରିଖରେ ଏହା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଭୀଷଣ ବାତ୍ୟାର ରୂପ ନେବା ପରେ ପବନର ବେଗ ୮୫ରୁ ୯୫ କି.ମି. ରହିବ । ଝଟ୍କା ପବନର ବେଗ ୧୦୫ କି.ମି. ପର୍ଯ୍ୟନ୍ତ ଯିବା ନେଇ ଆକଳନ କରିଛି ଆଇଏମ୍ଡି । ତେବେ ଏହାର ପ୍ରଭାବ କେଉଁ ରାଜ୍ୟ ପ୍ରତି କ’ଣ ରହିବ ତାହା ବର୍ତ୍ତମାନ ପର୍ଯ୍‌ଯନ୍ତ ସ୍ପଷ୍ଟ ହୋଇନାହିଁ । ସମ୍ଭାବ୍ୟ ବାତ୍ୟାକୁ ନେଇ ଦକ୍ଷିଣ ଓଡ଼ିଶା ଉପକୂଳରେ ମ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ୧୭ ଓ ୧୮ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ପୁଣି ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୮ରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୧୯ ଓ ୨୦ ତାରିଖରେ ଅରେଞ୍ଜ ୱାର୍ଣ୍ଣି ରହିଛି । ପୁରୀ, ଗଞ୍ଜାମ, ଗଜପତିରେ ୧୯ ତାରିଖରେ ଅରେଞ୍ଜ ଆଲର୍ଟ ରହିଛି । ୨୦ରେ ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, କଟକ, ଜଗତସିଂହପୁର, ଓ ଅରେଞ୍ଜ ଆଲର୍ଟ ରହିଛି । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଧାନ ଅମଳ ଜୋରସୋରରେ ଚାଲିଛି। ଚାଷୀମାନେ ବିଲରୁ ଧାନ କାଟି ଖଳାକୁ ଆଣୁଥିବା ବେଳେ ପୁଣି ଲଘୁଚାପ ଓ ବର୍ଷା ଆଶଙ୍କା ଚିନ୍ତାକୁ ବଢ଼ାଇ ଦେଇଛି। ଖାସ୍ କରି ନିକଟରେ ଯାଇଥିବା ବାତ୍ୟା ଅର୍ଣ୍ଣବର ପ୍ରକୋପ ଦେଖିଥିବା ଜିଲ୍ଲା ଗଞ୍ଜାମ ଏବଂ ତା’ ସହିତ ପୁରୀ ଓ ଜଗତସିଂହପୁର ଭଳି ଉପକୂଳ ଜିଲ୍ଲାର ଚାଷୀମାନେ ପାଣିପାଗକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ସେପଟେ ଲଘୁଚାପ ଜନିତ ବର୍ଷା ଓ ମେଘୁଆ ପାଗ କମିବା ପରେ ରାଜ୍ୟକୁ ଉତ୍ତର ସାମୁଦ୍ରିକ ପବନ ବହିବା ଆରମ୍ଭ ହେବ। ଏହାର ପ୍ରଭାବରେ ନଭେମ୍ବର ଶେଷ ସପ୍ତାହ ଆଡ଼କୁ ରାତିର ତାପମାତ୍ରା ଯଥେଷ୍ଟ ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ