ରୋଟାରୀ ଅଭିନବ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ରୋଟାରୀ ଅଭିନବ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ରୋଟାରୀ ଅଭିନବ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

20261031 135247

@କଟକ(ଏନ.ଏମ୍): ଗୁରୁ ହିଁ ଜୀବନର ପଥ ପ୍ରଦର୍ଶକ।ଗୁରୁ କେବଳ ଶିକ୍ଷା ଦେଇନଥାନ୍ତି ବରଂ ଶୈକ୍ଷିକ, ଚାରିତ୍ରିକ ଓ ବୈଦ୍ଧିକ ବିକାଶ ପାଇଁ ମାର୍ଗ ଉନ୍ମୁକ୍ତ କରିଥାନ୍ତି। ତେଣୁ ମାନବ ଭିତରେ ମାନବିକତା ଗଠନ ଶ୍ରେୟ ଗୁରୁଙ୍କ ଠାରେ ରହିଛି ବୋଲି ସ୍ଥାନୀୟ ସିଡିଏ ସେକ୍ଟର ୬ ସ୍ଥିତ ଟାସ୍କବାର ଆସୋସେଶନ ପ୍ରେକ୍ଷାଳୟ ପରିସରରେ ରୋଟାରୀ କ୍ଲବ୍ ଅଫ୍ କଟକ ଅଭିନବ ପକ୍ଷରୁ ଆୟୋଜିତ ନେସନ ବିଲଡର୍ ଅୱାର୍ଡ ସେରିମନି ରେ ମତ ପ୍ରକାଶ ପାଇଛି। କ୍ଳବର ସଭାପତି ଶ୍ରୀନିବାସ ରଣାଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡିଜିନ୍ ରୋଟାରୀଆନ୍ ଅଖେନ୍ଧୁ ପଟ୍ଟନାୟକ ଯୋଗଦେଇ ଦେଶ ଗଠନ କ୍ଷେତରେ ଗୁରୁଙ୍କର ଭୂମିକା ସବର୍ଗ୍ରେ ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ହରିହର ସାମଲ ଯୋଗଦେଇ ବର୍ତ୍ତମାନ ର ଶିକ୍ଷକ ଏବଂ ପୁରାଣ ଯୁଗର ଗୁରୁଙ୍କ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ସମ୍ମାନିତ ଅତିଥି ଭାବେ ଡ.ଲିପିକା ନାୟକ ଯୋଗ ଦେଇ ଶିକ୍ଷକର ସ୍ଥିତି ଯଦି ସୁଦ୍ରଧ ରହେ ତେବେ ସମାଜର ସ୍ଥିତି ଊର୍ଣ୍ଣତ ହେବ ବୋଲି କହିଥିଲେ।ଏହି ଅବସରରେ କଟକ , କେନ୍ଦ୍ରାପଡ଼ା, ଜଗତସିଂପୁର ଓ ଯାଜପୁର ଅଞ୍ଚଳର ବହୁ ବିଦ୍ୟାଳୟ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯକ୍ରମରେ ଡ. ଆଲୋକ କୁମାର ସାହୁ , ମାନସ ରଞ୍ଜନ ସାହୁ , ସୁଧାଂଶୁ ଶେଖର ଜେନା ପ୍ରମୁଖ ସହଯୋଗ କରିଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି