ଚୌଦ୍ଵାର କଟକ ପଣ୍ଡୁଆ ଠାରେ ଖୁଦୁରୁକୁଣୀ ମହୋତ୍ସବ
ଚୌଦ୍ଵାର (ଏନ୍.ଏମ୍. ): ଚୌଦ୍ଵାର କଟକ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଣ୍ଡୁଆ ଠାରେ ଖୁଦୁରୁକୁଣୀ ମହୋତ୍ସବ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ବିଜେପି ନେତା ସନ୍ତୋଷ କୁମାର ମହାନ୍ତି ଯୋଗଦେଇ ଖୁଦୁରୁକୁଣୀ ପୂଜା କମିଟି ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅଞ୍ଚଳର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଅଞ୍ଚଳରେ ବିକାଶର ଧ୍ଵଜା ଉଡ଼ାଇବାରେ ସହଭାଗିତା ହେବାକୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ବିଜେପି ସହ ଯୋଡ଼ି ହୋଇ ରହିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି


