ଟାଙ୍ଗୀ ଛକରେ ମଦଦୋକାନ ଖୋଲିବା ନେଇ ତେଜୁଛି ଅସନ୍ତୋଷ

ଟାଙ୍ଗୀ ଛକରେ ମଦଦୋକାନ ଖୋଲିବା ନେଇ ତେଜୁଛି ଅସନ୍ତୋଷ

ଟାଙ୍ଗୀ ଛକରେ ମଦଦୋକାନ ଖୋଲିବା ନେଇ ତେଜୁଛି ଅସନ୍ତୋଷ

whatsapp image 2026 10 08 at 1.30.49 pm (1)
@ଚୌଦ୍ୱାର(ଏନ୍‌.ଏମ୍‌.): ସରକାରୀ ନିୟମ ଅନୁଯାୟୀ କୌଣସି ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ତଥା ଜନବସତି କିମ୍ବା ଜନସାଧାରଣଙ୍କ ବ୍ୟବହୃତ ଅଞ୍ଚଳ ଠାରୁ ୫୦୦ ମିଟର ଦୂରରେ ମଦଦୋକାନ ଖୋଲାଯିବାର ନିୟମଥିବାବେଳେ କଟକ ଜିଲ୍ଲାର ଟାଙ୍ଗି-କୋଟସାହି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି କୋଟସାହି ଠାରେ ଧାର୍ମିକ ଅନୁଷ୍ଠାନ, ଶିକ୍ଷାଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୫୦ ମିଟର ଦୂରରେ ଏକ ଠିପିବନ୍ଦ ବିଦେଶୀ ସରକାରୀ ମଦଦୋକାନ ଖୋଲାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
କଟକ ଜିଲ୍ଲା ଟାଙ୍ଗୀସ୍ଥିତ ୧୬ନମ୍ବର ଜାତୀୟ ରାଜପଥ ସଂଲଗ୍ନ ଛକ ଅଞ୍ଚଳରେ ଅବସ୍ଥିତ ଏହି ମଦ ଦୋକାନର ଚାରିପାଖରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ଜନବହୁଳ ସ୍ଥାନ ଥିବାରୁ ଏଠାରେ ମଦଦୋକାନ ପାଇଁ ପ୍ରଶାସନ କିଭଳି ଅନୁମତି ଦେଲା ତାହା ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି। ବିଶେଷକରି ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବା ସହ ସାମାଜିକ ପରିବେଶ ନଷ୍ଟ ହେବ ବୋଲି ସ୍ଥାନୀୟ ବାସିନ୍ଦାମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷରେ ସ୍ଥାନୀୟବାସୀଙ୍କ ପ୍ରଶ୍ନ ଯଦି ନିୟମ ଅନୁଯାୟୀ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ, ତେବେ ଏତେ ନିକଟରେ ମଦ ଦୋକାନକୁ କେଉଁ ଆଧାରରେ ଅନୁମତି ମିଳିଲା? ଦୋକାନ ପାଇଁ ସ୍ଥଳ ଚୟନ ଓ ଦୂରତା ଯାଞ୍ଚ ପ୍ରକ୍ରିୟା ସଠିକ୍ ଭାବେ ହୋଇଥିଲା କି ନାହିଁ, ତାହାର ତଦନ୍ତ ଦାବି ହୋଇଛି। ଏହା ସହିତ, ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ଏହି ଦୋକାନରେ ଭିଡ଼ ଜମିବା ଓ ଯାତାୟାତ ସୁରକ୍ଷା ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ବୋଲି ସ୍ଥାନୀୟମାନେ ମତ ପ୍ରକାଶ କରିଛନ୍ତି। ତେଣୁ ସରକାର ଓ ଜିଲ୍ଲାପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ଦେଇ ଏଠାରୁ ମଦଦୋକାନ ବନ୍ଦ କରିବା ସହ ସମ୍ପୃକ୍ତ ବିଭାଗ ପକ୍ଷରୁ ତୁରନ୍ତ ଯାଞ୍ଚ ଓ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ