ଦୀର୍ଘ ୮ବର୍ଷ ପରେ ହେବ ନିର୍ବାଚନ: ଏବେ ସରଗରମ ହୋଇଛି ଚୌଦ୍ୱାର ମହାବିଦ୍ୟାଳୟ

ଦୀର୍ଘ ୮ବର୍ଷ ପରେ ହେବ ନିର୍ବାଚନ: ଏବେ ସରଗରମ ହୋଇଛି ଚୌଦ୍ୱାର ମହାବିଦ୍ୟାଳୟ

ଦୀର୍ଘ ୮ବର୍ଷ ପରେ ହେବ ନିର୍ବାଚନ: ଏବେ ସରଗରମ ହୋଇଛି ଚୌଦ୍ୱାର ମହାବିଦ୍ୟାଳୟ

cdr collage 1
ଚୌଦ୍ୱାର (ଏନ୍‌.ଏମ୍‌.): ଦୀର୍ଘ ୮ବର୍ଷ ପରେ ପୁଣି ହେବ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ବିଭିନ୍ନ କଲେଜରେ ଦେଖିବାକୁ ମିଳିଛି ନୂତନ ଉଦ୍ଦିପନା। ରାଜ୍ୟର ସମସ୍ତ ସରକାରୀ, ସ୍ୱୟଂଶାସିତ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ସମେତ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ୨୦୨୬-୨୭ଶିକ୍ଷାବର୍ଷ ପାଇଁ ଏହି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଆଜି ଅର୍ଥାତ ଅକ୍ଟୋବର ୫ତରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଅକ୍ଟୋବର ୭ତାରିଖରେ ନିର୍ବାଚନ ସମ୍ପର୍କୀତ ବିଜ୍ଞପ୍ତି ଜାରି ହେବା ସହ ଅକ୍ଟୋବର ୯ତାରିଖ ଦିନ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ଓ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଯାଂଚ ହେବ। ଏଥି ସହିତ ସଂଧ୍ୟା ୫ଟାରେ ବୈଧ ନାମାଙ୍କନ ପ୍ରକାଶ ପାଇବ। ୧୦ତାରିଖ ଦିନ ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ସୁଯୋଗ ରହିଥିବାବେଳେ ଅପରାହ୍ନ ୩ଟା ସମୟରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ସେହିଭଳି ଅକ୍ଟୋବର ୧୪ତାରିଖରେ ମୁଁ କାହିଁକି ପ୍ରାର୍ଥୀ ହେଲି ସଭା ବେହ ସହ ଅକ୍ଟୋବର ୧୫ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ଓ ୨ଟା ପରଠାରୁ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ। ବିଜୟୀ ପ୍ରାର୍ଥୀମାନେ ୧୬ତାରିଖରେ ଶପଥ ଗ୍ରହଣ କରିବେ। ତେବେ ରାଜ୍ୟସରକାରଙ୍କ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ର ରାଜନୀତି ସକ୍ରିୟ ହୋଇ ପଡ଼ିଛି। ଏହି ପରିପ୍ରେକ୍ଷୀରେ ବିଜେପି, ବିଜେଡି, କଂଗ୍ରେସ ସହ ବାମଦଳ ପକ୍ଷରୁ ଛାତ୍ର ପ୍ରତିନିଧି ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି। ତେବେ ଏହି କଲେଜରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି