ଜଗତପୁର ତେଲିସାହି ଠାରେ ଶ୍ରୀମଦ ଭାଗବତ ପାରାୟଣ

@ଚୌଦ୍ୱାର(ଏନ୍.ଏମ୍.): ସ୍ଥାନୀୟ ଜଗତପୁର ସ୍ଥିତ ତେଲି ସାହି ଠାରେ ଶ୍ରୀମଦ ଭାଗବତ ପାରାୟଣ ଓ ନାମ ଯଜ୍ଞ ଉଦ୍ଯାପିତ ହୋଇଯାଇଛି। ଶ୍ରୀଶ୍ରୀ ରଘୁନାଥ ଜୀଉ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଗତ ୨୦ତାରିଖ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଆସନ୍ତା ଆଜି ଏହାର ପୂର୍ଣ୍ଣାହୁତି ହୋଇଛି। ଏହି ଅବସରରେ ପ୍ରତ୍ୟେକ ଦିନ ନାମ ଯଜ୍ଞ ଓ ପାରାୟଣ ହେବା ସହିତ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦୀର୍ଘ ୭ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ହରିନାମ ଅମୃତ ରସ ପାନ କରିଥିଲେ। ପୂଜକ ଲକ୍ଷ୍ମୀଧର ପଣ୍ଡା ଓ ବୈକୁଣ୍ଠ ନାଥ ପଣ୍ଡା ଏହି ପାରାୟଣ କାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି ପୂର୍ଣ୍ଣାହୁତି ସମାରୋହରେ ସ୍ଥାନୀୟ କର୍ପୋରେଟରଙ୍କ ପ୍ରତିନିଧି ନାଗେଶ୍ୱର ବେହେରା ଯୋଗଦେଇ ବିଭୁ ଆଶିଷ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସୁବାସ ଚନ୍ଦ୍ର ବେହେରା, ମନ୍ମଥ ବେହେରା, ବଂଶୀଧର ସାହୁ, ପ୍ରୀତିରଞ୍ଜନ ସାହୁ, ରମେଶ ଚନ୍ଦ୍ର ବେହେରା, ଅଭିମନ୍ୟୁ ସାହୁ, ଦେବେନ୍ଦ୍ର ବେହେରା, ଦେବେନ୍ଦ୍ର ସାହୁ, ମାନସରଞ୍ଜନ ବେହେରା, ନିରଞ୍ଜନ ବେହେରା ଗୌରାଙ୍ଗ ଚରଣ ସାହୁ, ଭାଗୀରଥୀ ବେହେରା, ଜୟନ୍ତ କୁମାର ସାହୁ, ମନୋଜ କୁମାର ବେହେରା, ଭାସ୍କର ଚନ୍ଦ୍ର ସାହୁ, ମାୟାଧର ସାହୁ, ବିଜୟ କୁମାର ବେହେରା, ସଞ୍ଜୟ କୁମାର ବେହେରା, ଶ୍ରୀଧର ବେହେରା, ସୋମନାଥ ବେହେରା, ଭଗବାନ ବେହେରା, ମଦନମୋହନ ସାହୁ, ପ୍ରକାଶ କୁମାର ସାହୁ, ଗଗନ ବେହେରା, ଅରୁଣ ବେହେରା, ଭାଗବତ ବେହେରା ପ୍ରମୁଖ ସହଯୋଗ କରିଥିଲେ।

