ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

gandhi cdr
@ଚୌଦ୍ୱାର(ଏନ୍‌.ଏମ୍‌.): ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜାତୀର ପିତା ମହାତ୍ମାଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ସେହିଭଳି ୧୯୦୪ ମସିହା ଆଜିର ତାରିଖରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାନ୍ତ୍ରୀ ମଧ୍ୟ ଜନ୍ମଗ୍ରହଣ କରିଥିଲେ। ତେଣୁ ଆଜିର ଦିନକୁ ଅଂହିସାର ଦିନ ଭାବେ ଗ୍ରହଣ କରାଯାଏ। ଏହି ଅବସରରେ ଚୌଦ୍ୱାର ହିଙ୍ଗୁଳାଇ ରୋଡ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ପ୍ରଭାତୀ ସାହୁ, ସ୍ମିତାରାଣୀ ସ୍ୱାଇଁ, ସୋମେୟା ଖାତୁନ ପ୍ରମୁଖ ଯୋଗ ଦେଇ ଆଜିର ଯୁବପୀଢ଼ି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନାଦର୍ଶକୁ ଅନୁସରଣ କଲେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ଏହି ଅବସରରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ଫୁଲ ଚନ୍ଦନ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପିଲାମାନେ ଏକାଠି ହୋଇ ଗାନ୍ଧିଜୀଙ୍କ ସତ୍ୟ ଅହିଂସାର ଆଦର୍ଶକୁ ମନେ ପକାଇ ଥିଲେ। ଉପସ୍ଥିତ ପିଲାମାନଙ୍କୁ ଗାନ୍ଧିଜୀ ଦେଖାଇଥିବା ସ୍ୱଚ୍ଛତା ଓ ସତ୍ୟ ପଥରେ ଆମେ ସମସ୍ତେ ଚାଲିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥିମାନେ ପରାମର୍ଶ ଦେଇଥିଲେ। ଶିକ୍ଷା କେନ୍ଦ୍ରର ବରିଷ୍ଠ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅବସର ଶିକ୍ଷକମାନଙ୍କ ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ଠାରେ ଗାନ୍ଧୀଜୟନ୍ତୀ ପାଳିତ ହୋଇଥିଲା।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି