ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ଜ୍ଞାନେସ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

sm p
@ଚୌଦ୍ୱାର (ଏନ୍‌.ଏମ୍‌.): ଶ୍ରମିକ ପରିବାର ଯୁବକ ସଂଘ ତରଫରୁ ଜାତିର ଜନକ ମାହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଚୌଦ୍ୱାର ଓ.ଟି.ଏମ୍‌. କଲୋନୀସ୍ଥିତ ସଂଘ କାର୍ଯ୍ୟାଳୟରେ ପାଳନ କରାଯିବା ପରେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ଜ୍ଞାନେସ୍ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ସଂଘ ସଭାପତି ତଥା ଆଇନ୍‌ଜୀବୀ କୈଳାସ ଚନ୍ଦ୍ର ସାହାଣୀଙ୍କ ନେତୃତ୍ୱରେ ଏକ ପ୍ରତିନିଧ ମଣ୍ଡଳୀ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଚୌଦ୍ୱାର ଥାନା ଆରକ୍ଷୀ ନିରୀକ୍ଷକ ରଜନୀକାନ୍ତ ଦାସଙ୍କୁ ପ୍ରଦାନ କରିଛନ୍ତି। ଭାରତ ବର୍ଷର ପ୍ରତ୍ୟେକ ନାଗରିକର ଭୋଟ ଦେବାର ଅଧିକାର ଗଣତନ୍ତ୍ରର ମୁଖ୍ୟ ବ୍ୟବସ୍ଥା ହୋଇଥିବାବେଳେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର)ରେ ବ୍ୟାପକ ଅନିୟମିତତାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଚାଲୁ ରହିଛି। ସମ୍ବିଧାନର ଧାରା ୩୨୪ ଅନୁଯାୟୀ ନିର୍ବାଚନ ସମ୍ପର୍କିତ କ୍ଷମତା ଏକକ ମୁଖ୍ୟ ନିର୍ବାଚନ କମିସନରଙ୍କ ନୁହେଁ ବରଂ ସମସ୍ତ ନିର୍ବାଚନ କମିସନରଙ୍କର ଅଧିକାର। ଭୋଟର ତାଲିକାରେ ପରିବର୍ତ୍ତନ ସଂପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କରିବା ଉଚିତ, ନାମ ବାଦ୍ ଦିଆଯାଇଥିବା ସମସ୍ତ ଭୋଟରଙ୍କୁ ଅବେଦନ କରିବାର ସୁଯୋଗ ମିଳିବା ଆବଶ୍ୟକ। ଏଥିରେ ଅନ୍ୟ ଦୁଇଜଣ ନିର୍ବଚନ କମିଶନର ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀଙ୍କର ମତାମତକୁ ଅଣଦେଖା କରାଯାଇ ଏଆଇଆର ନିଷ୍ପ ନିଆଯିବା ବ୍ୟବସ୍ଥା, ବିରୁଦ୍ଧ ଅଟେ। ବହୁ ସଦସ୍ୟ ବିଶିଷ୍ଟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ସର୍ବସମ୍ମତିରେ କିମ୍ବା ମତଭେଦ ହେଲେ ସଂଖ୍ୟାଗରିଷ୍ଠତା ଆଧାରରେ ହେବା ଲାଗି ଆଇନର ବ୍ୟବସ୍ଥା ରହିଅଛି। ତେବେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଏବଂ ଏକକ୍ ନିଷ୍ପ ଗ୍ରହଣ ପ୍ରକ୍ରିୟାକୁ ଶ୍ରମିକ ପରିବାର ଯୁବକ ସଂଘ ତୀବ୍ର ବିରୋଧ କରି ତାଙ୍କ ଇସ୍ତଫା ଓ ଗିରଫ ସହ ବାଲାଟ୍ ପେପର ଭୋଟିଙ୍ଗ୍ ବ୍ୟବସ୍ଥା ପାଇଁ ସଂଘ ତରଫରୁ ନିବେଦନ କରାଯାଇଛି। ଏଥିରେ ଗୁରୁଚରଣ ଦାସ, ଅଭିରାମ ଭୂୟାଁ, ପ୍ରଫୁଲ୍ଲ କୁମାର ଜେନା, କୃତ୍ତିବାସ ନାୟକ, ରତ୍ନାକର ପଟ୍ଟନାୟକ, ଡି ପଟ୍ଟନାୟକ, ବାବୁରାମ ନାୟକ, ସୁରେନ୍ଦ୍ର ପରିଡ଼ା, ସୁରେନ୍ଦ୍ର ବରିକ, ରମାକାର ପରିଡ଼ା, ରାହାସ ବିହାରୀ ରଥ, କାହ୍ନୁଚରଣ ମହାନ୍ତି, ପ୍ରଶାନ୍ତ କୁମାର ପରିଡ଼ା, ଅକ୍ଷୟ କୁମାର ପୃଷ୍ଟି, ନିରଞ୍ଜନ ଆଚାର୍ଯ୍ୟ, ପରମେଶ୍ୱର ପାଗଳ, ଉମେଶ ଚନ୍ଦ୍ର ସାହୁ, ଧନେଶ୍ୱର ସାହୁ, ଚନ୍ଦ୍ରଶେଖର ମହାରଣା, ମଳୟ କୁମାର ମାଟି, ନିରଂଜନ ମହାନ୍ତି ପ୍ରମୁଖ ସମିଲ ଥିଲେ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ