ବିଜେପି ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ଭେଟି ଆଲୋଚନା କଲେ ସନ୍ତୋଷ

@ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି ଓଡ଼ିଶାରେ ବିଜେପି ନିଜର ସାଂଗଠନିକ ମଜଭୁତ ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ମୁହଁମାନଙ୍କୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି। ସେହିଭଳି ରାଜ୍ୟର ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ସନ୍ତୋଷ କୁମାର ମହାନ୍ତିଙ୍କୁ ଦଳ ପକ୍ଷରୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିବାବେଳେ ନୂଆ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସେ ଆଲୋଚନା କରିଛନ୍ତି। ଏବେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ଟିମରେ ନୂତନ ଭାବେ ଦାୟିତ୍ୱ ନେଇଛନ୍ତି ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡିଶା ରାଷ୍ଟ୍ରୀୟ ସହପ୍ରଭାରି ଭାବେ ଡକ୍ଟର ସ୍ୱଦେଶ ସିଂଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଶ୍ରୀ ମହାନ୍ତି ଭେଟି ଓଡ଼ଶା ରାଜନୀତି ବିଷୟରେ ଆଲୋଚନା କରିଛନ୍ତି।
ସୂଚନା ଯୋଗ୍ୟ ଯେ, ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ କ୍ରମେ ସମସ୍ତ ରାଷ୍ଟ୍ରୀୟ ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକମାନଙ୍କୁ ବିଭିନ୍ନ ରାଜ୍ୟର ପ୍ରଭାରୀ ଓ ସହ ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିଭଳି ଓଡ଼ଶା ପ୍ରଭାରୀ ଭାବେ ଦୀର୍ଘଦିନ ଧରି ବିଜୟ ପାଲ ତୋମାର ଏବଂ ସହ ପ୍ରଭାରୀ ଭାବରେ ଲତା ଉସେଣ୍ଡି ଦାୟିତ୍ୱ ତୁଲାଇ ଆସୁଥିଲେ ତାଙ୍କ ସ୍ଥାନରେ ଏବେ ଡି. ପୁରେନ୍ଦେ ସ୍ୱରି ଓଡ଼ିଶା ପ୍ରଭାରୀ ଓ ଡକ୍ଟର ସ୍ୱଦେଶ ସିଂ ଙ୍କୁ ସହ ପ୍ରଭାରୀ ଦାୟିତ୍ୱ ପ୍ରଦାନ କରା ଯାଇଛି। ଏହି ପରିପ୍ରେକ୍ଷୀରେ ଚୌଦ୍ୱାର-କଟକର ବରିଷ୍ଠ ବିଜେପି ନେତା ସନ୍ତୋଷ ମହାନ୍ତି ସହ ପ୍ରଭାରୀ ଦାଇତ୍ୱ ପାଇଥିବା ଶ୍ରୀ ସିଂଙ୍କୁ ି ଅଭିନନ୍ଦନ ଜଣାଇବା ସହ ଓଡ଼ଶା ରାଜନୈତିକ ପରିସ୍ଥିତି ସମ୍ପର୍କରେ ଅବଗତ କରିଥିଲେ। ଆଗାମୀ ଦିନରେ ଓଡ଼ିଶା ଓ ଚୌଦ୍ୱାର-କଟକରେ ବିଜେପି କିଭଳି ଆହୁରି ଶକ୍ତିଶାଳୀ ହୋଇ ପାରିବ ସେ ବିଷୟରେ ବିସ୍ତୀର୍ଣ୍ଣ ଆଲୋଚନା କରିଥିଲେ।

