ଟେଟ୍ରାହେଡ୍ରନରେ ଯୁବ ସମ୍ବାଦ ସମ୍ମିଳନୀ : ‘ଆଜିର ଯୁବପୀଢ଼ି ଦେଶମାତୃକା ପାଇଁ ସମର୍ପିତ ହେବା ଆବଶ୍ୟକ’

ଟେଟ୍ରାହେଡ୍ରନରେ ଯୁବ ସମ୍ବାଦ ସମ୍ମିଳନୀ : ‘ଆଜିର ଯୁବପୀଢ଼ି ଦେଶମାତୃକା ପାଇଁ ସମର୍ପିତ ହେବା ଆବଶ୍ୟକ’

ଟେଟ୍ରାହେଡ୍ରନରେ ଯୁବ ସମ୍ବାଦ ସମ୍ମିଳନୀ
‘ଆଜିର ଯୁବପୀଢ଼ି ଦେଶମାତୃକା ପାଇଁ ସମର୍ପିତ ହେବା ଆବଶ୍ୟକ’


ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଆଜିର ଯୁବପୀଢ଼ି ଦେଶ ମାତୃକା ପାଇଁ ସମର୍ପିତ ହେବା ଆବଶ୍ୟକ। ଯାହା ଫଳରେ ଭାରତ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିବ। ବିଶ୍ୱର ଅନେକ ଦେଶ ଭାରତର ଅଗ୍ରଗତିକୁ ସହ୍ୟ କରି ପାରୁନାହାନ୍ତି। ଫଳରେ ଦେଶର ଯୁବ ପୀଢ଼ିକୁ ଟାର୍ଗେଟ କରି ଭୁଲ ବାଟରେ ଭଡ଼କାଉଛନ୍ତି। ତେଣୁ ଆମ ଯୁବପୀଢ଼ିଙ୍କୁ ରାଷ୍ଟ୍ର ଗଠନ ପାଇଁ ସେମାନଙ୍କ ମନରେ ଦେଶପ୍ରେମର ଧାରା ଉଦ୍ରେକ ହେବା ଆବଶ୍ୟକ ବୋଲି ଟାଙ୍ଗୀ ସ୍ଥିତ ଟେଟ୍ରାହେଡ୍ରନ ଶିକ୍ଷାନୁଷ୍ଠାନ ପରିସରରେ ଟେଟ୍ରାହେଡ୍ରନ ଟ୍ରଷ୍ଟ ପକ୍ଷରୁ ଯୁବ ସମ୍ବାଦ ସମ୍ମିଳନୀରେ ମତପ୍ରକାଶ ପାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ତ୍ରିଦେବ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ବିଚାରକ ତଥା ଦକ୍ଷିଣ ପନ୍ଥୀ ଚିନ୍ତକ ଓ ପୂର୍ବତନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ଡକ୍ଟର ରତନ ସାରଦା ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ଯୁବପୀଢ଼ି କିଭଳି ଦେଶ ପ୍ରେମରେ ଉଦ୍‌ବୁଦ୍ଧ ହୋଇ ସାରା ବିଶ୍ୱରେ ଭାରତକୁ ପ୍ରତିଷ୍ଠିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ସେ ନେଇ ଆଲୋକପାତ କରିଥିଲେ। ଏବେ ଜେନ-ଜେଡ ଓ ଜେନ ଆଲଫାଙ୍କ ମାନସିକତା ଉପରେ ବିଚାର ବିମର୍ଷ କରିଥିଲେ। ଆଜିର ଯୁବପୀଢ଼ି ଏକ ସ୍ୱତନ୍ତ୍ର ଶକ୍ତି ବୋଲି ଶ୍ରୀ ସାରାଦା ପ୍ରକାଶ କରିବା ସହ ଆମ ଦେଶକୁ ବିଶ୍ୱର କେତେକ ଦେଶ ସବୁବେଳେ ନିଚା ଦେଖାଇବାକୁ ଉଦ୍ୟମ କରୁଥିବା କହିଥିଲେ। ଏହି ପରିପ୍ରେକ୍ଷୀରେ ଆମ ଦେଶର ଯୁବପୀଢ଼ି କିଭଳି ଏହାର ମୁକାବିଲା କରି ପାରିବେ ସେ ନେଇ ଆଲୋଚନା ହୋଇଥିଲା। ପୁରାଣ ଯୁଗରୁ ଆରମ୍ଭ କରି ଐତିହାସିକ ଯୁଗ ଆଉ ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଭାରତର ସ୍ଥାନ ସ୍ୱତନ୍ତ୍ର ରହିଛି। ଭାରତ ହିଁ ସାରା ବିଶ୍ୱକୁ ନୂତନ ଦିଗଦର୍ଶନ ଦେଇଥାଏ ଏକଥା ହଜାର ହଜାର ବର୍ଷ ପୂର୍ବରୁ ସୃଷ୍ଟି କରାଯାଇଥିବା ଇତିହାସରେ ବର୍ଣ୍ଣିତ ରହିଛି ବୋଲି ଶ୍ରୀ ସାରଦା କହିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥତି ଶତାଧିକ ଛାତ୍ରଛାତ୍ରୀ ଶ୍ରୀ ସାରଦାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିବା ସହ ଏହାର ଉତ୍ତର ମଧ୍ୟ ପାଇଥିଲେ। ତେବେ ଆଜିର ଯୁବପୀଢ଼ି ଆଗାମୀ ଦିନରେ ରାଷ୍ଟ୍ର ନିର୍ମାଣର ଗୁରୁଦାୟିତ୍ୱ କିଭଳି ବହନ କରିବେ ସେ ନେଇ ସେମାନଙ୍କୁ ବୁଝାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆରଏସଏସ ସମ୍ପର୍କ ପ୍ରମୁଖ ବିମଳକାନ୍ତ ରାଉତ, ସହଜିଲ୍ଲା ପ୍ରଚାର ପ୍ରମୁଖ ଚିତ୍ତରଞ୍ଜନ ମହାନ୍ତି, ସ୍ଥାନୀୟ ଯୁବ ବ୍ୟବସାୟୀ ଆକାଶ ପାତ୍ର, ଆରଏସଏସ କଟକ ଜିଲ୍ଲା ଶାରୀରିକ ପ୍ରମୁଖ ମାନସ କୁମାର ସାହୁ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଜେପି ଟାଙ୍ଗୀ ମଣ୍ଡଳ ସଭାପତି ହୃଷିକେଶ ସାମଲ ସହଯୋଗ କରିଥିବାବେଳେ ଦେବାଶିଷ ପ୍ରଧାନ ଧନ୍ୟବାଦ ଦେଇଥିଲେ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ