ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ

ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ

ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ


ଚୌଦ୍ୱାର (ଏନ୍‌.ଏମ୍‌.): ଗୁରୁଙ୍କ ଆର୍ଶିବାଦ ମିଳିଲେ ଜୀବନର ଚଲାପଥ କୁସୁମିତ ହୋଇ ପଡେ। ଗୁରୁଙ୍କ ଆଦେଶ ପାଳନ କଲେ ସଂସାରରେ ଯଶ ମିଳିଥାଏ ବୋଲି ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ। ସ୍ଥାନୀୟ ଟାଙ୍ଗୀ ସ୍ଥତ ଟେଟ୍ରାହେଡେନର ନୂଆ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଟେଟ୍ରାହେଡ୍ରନ କଲେଜ ଅଧ୍ୟକ୍ଷ ତ୍ରିଦେବ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିନାକ୍ଷୀ ଠାକୁର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଷ୍ଠା ଓ ଶୃଙ୍ଖଳାର ସହ ବଢ଼ିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥିଭାବେ ଡ. କୈଳାସ ଚନ୍ଦ୍ର ରାଉତ, ଅଧ୍ୟକ୍ଷ ବିକାଶ ରଞ୍ଜନ ମହାପାତ୍ର, ସୁବ୍ରତ ଶତପଥୀ, ଉପାଧ୍ୟକ୍ଷ ଶୁଭ୍ରକାନ୍ତ ମହାପାତ୍ର ଓ ବିଶ୍ୱହିନ୍ଦୁ ପରିଷଦର ବାବାଜୀ ବିଶ୍ୱନାଥ ଦାସ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବହୁ ଉଦଦେଶ ପ୍ରଦାନ କରିଥିଲେ। ଏହି ଅବସରରେ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଜିଲ୍ଲା ରେଡକ୍ରସର ଆବାହିକା ତଥା ଅଧ୍ୟକ୍ଷ ତ୍ରିଦେବ ବେହେରାଙ୍କ ଧର୍ମପତ୍ନୀ ଡ. ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମରେ ସମାଜସେବୀ ରବିନ୍ଦ୍ର ମଲ୍ଲିକ, ବିଚିତ୍ରାନନ୍ଦ ସ୍ୱାଇଁ, ପବିତ୍ର ମୋହନ ସ୍ୱାଇଁ, ଟାଙ୍ଗୀ ମଣ୍ଡଳ ବିଜେପି ସଭାପତି ହୃଷିକେଶ ସାମଲଙ୍କ ସମେତ ବହୁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଶିଷ୍ଟ ବ୍ୟକ୍ତି ଓ ଅବିଭାବକ ଉପସ୍ଥିତ ଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି