ଦ୍ୱିତୀୟ ରାଜ୍ୟସ୍ତରୀୟ ଇଣ୍ଟର ସ୍କୁଲ୍ କୁଡ଼ୋ ପ୍ରତିଯୋଗିତା – ୨୦୨୬

#କଟକ(ଏନ୍.ଏମ୍.) : କଟକର ନରଣପୁର ଠାରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣରେ ମାର୍ଚ୍ଚ ୨୮, ୨୯ ଦୁଇଦିନ ଧରି ରାଜ୍ୟସ୍ତରୀୟ ଇଣ୍ଟର ସ୍କୁଲ କୁଡ଼ୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ କଟକ ଜିଲ୍ଲା ୫୫ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ମୋଟ୍ ୧୦୫ଟି ପଦକ ପାଇ ଚମ୍ପିୟାନ୍ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲା ୧୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୧୨ବ୍ରୋଞ୍ଜ ମୋଟ୍ ୩୫ଟି ପଦକ ପାଇ ରନର୍ସଅପ୍ ହୋଇଥିଲେ।
ଏହି ପ୍ରତିଯୋଗିତାର ଉଦ୍ଯାପନୀ ଦିବସରେ ମୂଖ୍ୟଅତିଥି ଭାବେ ସରସ୍ୱତୀ ଗ୍ରୁପ୍ ଅଫ ଇନ୍ଷ୍ଟିଚ୍ୟୁଟ୍ର ଚେୟାରମ୍ୟାନ୍ ଡ. ଦେବଦତ୍ତ ସ୍ୱାଇଁ, କୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶା ସଭାପତି ଶିବାଶିଷ କର ଏବଂ ସମ୍ପାଦକ ଓ ମୁଖ୍ୟ ପ୍ରଶିକ୍ଷକ ସିହାନ୍ ନିତାଇ ଶଙ୍କର ଗୁଇଁ ଯୋଗଦେଇ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ଲକି ଡ୍ର ମାଧ୍ୟମରେ ଦୁଇ ଭାଗ୍ୟଶାଳି ଶୁଭଲକ୍ଷ୍ମୀ ଆଚାର୍ଯ୍ୟ ଓ ସାୟାନ୍ ବଲ୍ଙ୍କୁ ଉପହାର ସ୍ୱରୂପ ସାଇକେଲ ପ୍ରଦାନ କରାଯାଇଥିଲା।
