ଚିରନିଦ୍ରାରେ ଚୌଦ୍ୱାରର ବୀରପୁତ୍ର ନୀଳମଣି ନାୟକ

ଚିରନିଦ୍ରାରେ ଚୌଦ୍ୱାରର ବୀରପୁତ୍ର ନୀଳମଣି ନାୟକ

ଚିରନିଦ୍ରାରେ ଚୌଦ୍ୱାରର ବୀରପୁତ୍ର ନୀଳମଣି ନାୟକ
ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷ କୃତ୍ୟ ସମ୍ପନ୍ନ

News by Smrutiranjan Tripathy (CHOUDWAR)

ଚୌଦ୍ୱାର(ଏନ୍‌.ଏମ୍‌.): ଚିରନିଦ୍ରାରେ ଚୌଦ୍ୱାର ଅଞ୍ଚଳର ବୀର ପୁତ୍ର ନୀଳମଣି ନାୟକ । ଦେଶମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ନୀଳମଣି ଏବେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅର୍ନ୍ତଗତ ହରିଅନ୍ତା ପଞ୍ଚୟତ ଦେଉଳଚୁଆ ଗ୍ରାମର ନୀଳମଣି ନାୟକ(୫୨) । ସୁବେଦାର ମେଜର ଭାବେ ସ୍ଥଳ ସେନାର ପଠାଣ କୋଟରେ କାର୍ଯ୍ୟରତ ଥିଲେ । ଦୁଇ ଦିନ ତଳେ ଦେହ ଖରାପ ହେତୁ ତାଙ୍କୁ ଚଣ୍ଡିଗଡ ସ୍ଥିତ ସରକାରୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଅର୍ଥାତ୍ ଶନିବାର ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଆଜି ସକାଳ ୯ଟାରେ ତାଙ୍କ ପାର୍ଥୀବ ଶରୀର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସ୍ଥଳସେନାର ସ୍ୱତନ୍ତ୍ର ଗାଡ଼ି ଯୋଗେ ଜନ୍ମଭୂମି ଦେଉଳଚୁଆ ଗ୍ରାମକୁ ଅଣାଯାଇ ଗ୍ରାମ ପରିକ୍ରମା କରାଯିବା ପରେ ନିଜର ବାସଭବନ ଠାରେ ତାଙ୍କୁ ସେନା ବାହିନୀ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବା ସହ ମୃତ ଶରୀରକୁ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମର ଶ୍ମଶାନକୁ ନେଇ ଶେଷ କାର୍ଯ୍ୟ ସମ୍ପନ୍ନ କରିଥିଲେ । ପୁତ୍ର ହିଂମାଶୁ ନାୟକ ମୁଖାଗ୍ନି ଦେଇଥିବାବେଳେ ସୁବ୍ରଜିତ ନାୟକ ମଧ୍ୟ ସହଯୋଗ କରିଥିଲେ । ନରୋତ୍ତମ ନାୟକ ଓ ମା’ ଶଶି ଦେଇଙ୍କର କନିଷ୍ଠ ପୁତ୍ର ଥିଲେ ନୀଳମଣି । ୧୯୯୨ ମସିହାରେ ସେ ସ୍ଥଳ ସେନାରେ ଯୋଗ ଦେଇଥିଲେ । ପଠାଣକୋଟରେ କାର୍ଯ୍ୟରତ ଥିଲେ । ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ ହେବ ସେନା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ହଠାତ ତାଙ୍କୁ ଜ୍ୱର ହେବାରୁ ସ୍ଥାନୀୟ ଆର୍ମୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବିଭିନ୍ନ ପରୀକ୍ଷା ନୀରିକ୍ଷାରୁ ସେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜଳନ୍ଧର ଆର୍ମୀ ହସ୍ପଟିଲାକୁ ସ୍ଥାନାନ୍ତର କରଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଚଣ୍ଡିଗଡ଼ ସ୍ଥିତ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳ ସାଢେ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ସଂପର୍କରେ ସେନା ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଜଣଯିବା ପରେ ପରିବାର ସମେତ ପତ୍ନୀ ହରପ୍ରିୟା ନାୟକ ଓ ପୁତ୍ର ହିମାଂଶୁ ନାୟକ ଝିଅ ହ୍ୟୁମାନି ନାୟକ ଙ୍କ ସମେତ ସମସ୍ତ ବନ୍ଧୁ ପରିଜନ ତଥା ଆତ୍ମୀୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଏହି ଶେଷକୃତ କାର୍ଯ୍ୟରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବିଜେଡି ନେତା ପ୍ରକାଶ ବେହେରା, ବିଜେପି ନେତା ପବିତ୍ର ଉପାଧ୍ୟାୟ, ବିଜେପି କର୍ମୀ ହିଂମାଶୁ ମହାନ୍ତି, ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱରଂଜନ ସାହୁ ଟାଙ୍ଗୀଚୌଦ୍ୱାର ବ୍ଲକ ଉପାଧ୍ୟକ୍ଷା ମିନାକ୍ଷୀ ଦାସ, ହରିଅନ୍ତା ପଞ୍ଚାୟତ ସରପଞ୍ଚଙ୍କ ସମେତ ବହୁ ଗ୍ରାମବାସୀ ଓ ବନ୍ଧୁ ପ୍ରିୟଜନ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ