କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍ ଲିଷ୍ଟ ଖାରଜ

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍ ଲିଷ୍ଟ ଖାରଜ

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍ ଲିଷ୍ଟ ଖାରଜ

#କଟକ (ଏନ.ଏମ୍‌.): କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ଏଥିସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓସେପା ପକ୍ଷରୁ ପ୍ରଥମେ ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ କରାଯାଇଥିଲା । ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଏହାପରେ ତରବରିଆ ଭାବେ ରାଜ୍ୟ ସରକାର ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିଥିଲେ । ଆବେଦନକାରୀଙ୍କ ମୂଳ ଅଭିଯୋଗ ଅନୁଯାୟୀ ପ୍ରାୟ ୨୦ହଜାର ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକଙ୍କ ପାଇଁ ଓସେପା ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ସେଥିରେ ଥିବା ଧାରା ୮.୩ ଅନୁଯାୟୀ, ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଜିଲ୍ଲା ଭିତରେ ସୀମିତ ରହିବ । କାରଣ ଏହା ଜିଲ୍ଲାଭିତ୍ତିକ କ୍ୟାଡର । ଏଥିରେ ନିଯୁକ୍ତି ପାଉଥିବା କନିଷ୍ଠ ଶିକ୍ଷକଙ୍କ ଚାକିରି ଆରମ୍ଭ ସହ ଶେଷ ବି ସେହି ଜିଲ୍ଲାରେ ହେବ । ତେଣୁ ଚୟନ ପ୍ରକ୍ରିୟା ବି ଜିଲ୍ଲାୱାରୀ କରିବାର ଆବଶ୍ୟକତା ରହିଛି ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଥିଲା । ମାତ୍ର ଓସେପା ଏହି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଳଘଂନ କରି ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ ପ୍ରକାଶ କରିଥିଲା । ଯାହାକୁ କି ଆବେଦନକାରୀମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟ ଶୁଣାଣି ବେଳେ କୋର୍ଟ ଏହି ନିୟମ ଉପରେ ଗତ ଡିସେମ୍ବରରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କଲେ । ମାତ୍ର ଉକ୍ତ ସମୟରେ କନିଷ୍ଠ ଶିକ୍ଷକ ଚୟନ ପ୍ରକ୍ରିୟା ଜାରି ରହିଥିବାରୁ କୋର୍ଟ ଏଥିରେ ବାଧା ସୃଷ୍ଟି କରି ନଥିଲେ । ଏହି ପ୍ରକ୍ରିୟା ଜାରି ରହିବ, କିନ୍ତୁ ରାଜ୍ୟ ସରକାର କୌଣସି ଚୂଡ଼ାନ୍ତ ମେରିଟ ଲିଷ୍ଟ ପ୍ରକାଶ କରି ପାରିବେନି କି ନିଯୁକ୍ତି ଦେଇ ପାରିବେନି ବୋଲି କୋର୍ଟ କହିଥିଲେ । ଆଜି ଚୂଡ଼ାନ୍ତ ରାୟ ପ୍ରକାଶବେଳେ ପ୍ରାଥମିକ ମେରିଟ ଲିଷ୍ଟକୁ କୋର୍ଟ ଖାରଜ କରିବା ସହ ପରବର୍ତ୍ତୀ ସମୟରେ ସରକାର ଦାଖଲ କରିଥିବା ଜିଲ୍ଲାୱାରୀ ମେରିଟ୍ ଲିଷ୍ଟକୁ ବି ଖାରଜ କରି ଦେଇଛନ୍ତି । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ଏଣିକି ପ୍ରାର୍ଥୀମାନଙ୍କୁ ଜିଲ୍ଲାୱାରୀ ଚୟନ କରାଯାଇ ଜିଲ୍ଲାୱାରୀ ନିଯୁକ୍ତି ଦିଆଯିବ । ଏଥିନିମନ୍ତେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଦେଖାଦେଇଥିବା ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପଡ଼ିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି