ଭିଜିଲାନ୍ସ ଜାଲରେ ଦୁଲଣାପୁର ପୂର୍ବତନ ସରପଞ୍ଚ

ଭିଜିଲାନ୍ସ ଜାଲରେ ଦୁଲଣାପୁର ପୂର୍ବତନ ସରପଞ୍ଚ

ଭିଜିଲାନ୍ସ ଜାଲରେ ଦୁଲଣାପୁର ପୂର୍ବତନ ସରପଞ୍ଚ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ଭିଜିଲାନ୍ସ ସ୍କାନରରେ ପୂର୍ବତନ ସରପଞ୍ଚ । ଭିଜିଲାନ୍ସ ଟିମ୍ ପୂର୍ବତନ ସରପଞ୍ଚଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ଏହି ସରପଞ୍ଚଜଣକ ହେଲେ କଟକ ଜିଲ୍ଲା ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନୀଲ କୁମାର ସାହୁ ବୋଲି ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶ୍ରୀ ସାହୁ ମନେରେଗା ଯୋଜନା ସମେତ କୋଭିଡ ସମୟରେ ଆସିଥିବା ଅର୍ଥ ତଥା ଆହୁରି ବହୁ ଯୋଜନାର ଅର୍ଥକୁ ସେ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୂର୍ବରୁ ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ଲୋକାୟୁକ୍ତ ଏହାର ତଦନ୍ତ ଭାର ଭିଜିଲାନ୍ସକୁ ଦେଇଥିଲେ । ଭିଜିଲାନ୍ସ ପୂର୍ବରୁ ପଞ୍ଚାୟତର ବିଭିନ୍ନ କାମର ତଦନ୍ତବେଳେ ଆଜି ଭୋରୁ ତାଙ୍କ ଘରେ ପଶିଛି । ଆଜି ଏକକାଳୀନ ଭିଜିଲାନ୍ସ ସୁନୀଲଙ୍କ ଘର ସମେତ ତାଙ୍କ ଶ୍ୱଶୁର ଘର ଓ ପେଟ୍ରୋଲ ଟାଙ୍କିରେ ବି ଚଢ଼ାଉ ହୋଇଛି । ଚଢ଼ାଉ ସମୟରେ ସୁନୀଲଙ୍କ ଘରୁ ବହୁ ସୁନା, ଗହଣା ତଥା ବିଭିନ୍ନ ବଣ୍ଡ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାଯାଇଛି । ସରକାରଙ୍କ ଅର୍ଥ ହଡ଼ପ କରି ସୁନୀଲ ତାହାକୁ ଚଳୁ କରିଥିବା ଅଭିଯୋଗ ହୋଇଥିଲା । ସେ ପଞ୍ଚାୟତରେ ଅନେକ ଫଲ୍ସ ବିଲ କରି ଅର୍ଥ ହଡପ କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ତେବେ ଏନେଇ ସୁନୀଲଙ୍କ ପ୍ରତିକ୍ରିୟା ମିଳିପାରିନି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ