ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ପୂରଣ ହେବ ୫୬ ଆସନ

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ପୂରଣ ହେବ ୫୬ ଆସନ

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ପୂରଣ ହେବ ୫୬ ଆସନ


#ନୂଆଦିଲ୍ଲୀ(ଏଜେନ୍ସି): ଦେଶରେ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ନିର୍ବାଚନ ପ୍ରକ୍ରିୟା । ଲୋକସଭା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ହେବ । ତେବେ ଫେବ୍ରୁଆରୀ ୨୭ତାରଖରେ ରାଜ୍ୟସଭା ନିର୍ବାଚନ ହେବା ନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଦେଶର ୧୫ଟି ରାଜ୍ୟରେ ଖାଲି ପଡିବାକୁ ଥିବା ୫୬ ଆସନ ପାଇଁ ନିର୍ବାଚନ ହେବ । ନିର୍ବାଚନ ଆୟୋଗଙ୍କ ଚିଠି ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୮ତାରିଖରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ଫେବ୍ରୁଆରୀ ୧୫ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ସେହିପରି ଫେବ୍ରୁଆରୀ ୧୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ । ଏହାପରେ ୨୭ ତାରିଖରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ଏବଂ ସେହିଦିନ ୫ଟାରେ ଫଳାଫଲ ପ୍ରକାଶ ପାଇବ । କାର୍ଯ୍ୟକାଳ ସରିବାକୁ ଯାଉଥିବା ୫୬ ଜଣ ସାଂସଦଙ୍କ ମଧ୍ୟରୁ ଉତ୍ତରପ୍ରଦେଶରେ ୧୦ ଜଣ ସାଂସଦ ଥିବାବେଳେ ମହାରାଷ୍ଟ୍ର ଓ ବିହାରରେ ୬ ଜଣ ଲେଖାଏ, ମଧ୍ୟ ପ୍ରଦେଶରେ ଓ ପଶ୍ଚିମବଙ୍ଗରେ ୫ ଲେଖାଏ, ଗୁଜରାଟ ଓ କର୍ଣ୍ଣାଟକରେ ୪ ଲେଖାଏ, ଓଡିଶା, ରାଜସ୍ଥାନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ୩ ଲେଖାଏ, ଏବଂ ଛତିଶଗଡ, ହରିଆଣା ଓ ହିମାଚଳ ପ୍ରଦେଶରେ ଜଣେ ଲେଖାଏ ସାଂସଦଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ଏହି ସବୁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାରେ କାର୍ଯ୍ୟକାଳ ସରିବାକୁ ଯାଉଥିବା ରାଜ୍ୟସଭା ସାଂସଦ ହେଉଛନ୍ତି ବିଜେଡିର ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ