ପତ୍ନୀକୁ ମାରି ଗାଁ ପଡ଼ିଆରେ ଫୋପାଡି ଦେଲା ପତି

ପତ୍ନୀକୁ ମାରି ଗାଁ ପଡ଼ିଆରେ ଫୋପାଡି ଦେଲା ପତି

ପତ୍ନୀକୁ ମାରି ଗାଁ ପଡ଼ିଆରେ ଫୋପାଡି ଦେଲା ପତି

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହେବା ପରେ ବିଭିନ୍ନ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ପତ୍ନୀକୁ ହତ୍ୟା କରି ପତି ମୃତ ଦେହକୁ ପଡ଼ିଆ ପକାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଶୁକଦେବପୁର ବିନାୟକପୁର ଗାଁରେ । ମୃତ ମହିଳା ଜଣଙ୍କ ହେଲେ ରାଧାରାଣୀ ବେହେରା । ଅଭିଯୁକ୍ତ ସ୍ୱାମୀ ଦୀପକ ବେହେରାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ଦୀପକ ୭ବର୍ଷ ତଳେ ରାଧାରାଣୀଙ୍କୁ ପ୍ରେମ ବିବାହ କରିଥିଲେ । ଦୀପକ ବେଙ୍ଗାଲୁରରେ କାମ କରୁଥିବାବେଳେ ସ୍ତ୍ରୀ ଓ ଝିଅ ମଧ୍ୟ ତାଙ୍କ ସହିତ ରହୁଥିଲେ । ତେବେ ୨ଦିନ ତଳେ ଗାଁକୁ ଖୁବ ଶିଘ୍ର ଫେରିବେ ବୋଲି ଦୀପକ ନିଜ ପଡ଼ୋଶୀକୁ ଫୋନ ଯୋଗେ କହିଥିଲେ । ମାତ୍ର ଆଜି ସକାଳେ ଗାଁ ଲୋକେ ପଡିଆରେ ରାଧାରାଣୀଙ୍କ ମୃତ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଲୋକେ ବାସୁଦେବପୁର ଥାନାକୁ ଖବର ଦେବାପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ଦିଗରୁ ପୁଲିସ ଅନୁସନ୍ଧାନ କରି ଏହା ହତ୍ୟା ଜନିତ ମୃତ ବୋଲି ପୁଲିସ ଜାଣିବା ପରେ ସ୍ୱାମୀ ଦୀପକକୁ ଅଟକ ରଖି ପଚରା ଉଚରା କରିଥିଲା । ଅନ୍ୟପକ୍ଷରେ ଗତକାଲି ରାତିରେ ଦିପକ ୩ବର୍ଷର ଝିଅକୁ ତାଙ୍କ ଭଉଣୀ ପାଖରେ ଛାଡ଼ି ଦେଇ ଆସିଥିଲେ । ପୁଲିସ ଦୀପକଙ୍କୁ ଅଧିକ ପଚରାଉଚରା କରିବା ବେଳେ ସ୍ତ୍ରୀ ସହ ଝଗଡା ହୋଇଛି ଏବଂ ପତ୍ନୀ ରାଧାରାଣୀକୁ ସେ ମାରିଥିବା ସ୍ୱୀକାର କରିଥିଲା । ପୁନଶ୍ଚ ଦୀପକ ସବୁବେଳେ ରାଧାରାଣୀଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ରାଧାରାଣୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ