ତେଲ ଦୁର୍ନୀତି ନେଇ ସିଏମ୍‌ସିରେ ଭିଜିଲାନ୍ସ ଯାଞ୍ଚ : ନଥିପତ୍ର ଜବତ

ତେଲ ଦୁର୍ନୀତି ନେଇ ସିଏମ୍‌ସିରେ ଭିଜିଲାନ୍ସ ଯାଞ୍ଚ : ନଥିପତ୍ର ଜବତ

ତେଲ ଦୁର୍ନୀତି ନେଇ ସିଏମ୍‌ସିରେ ଭିଜିଲାନ୍ସ ଯାଞ୍ଚ : ନଥିପତ୍ର ଜବତ

News by Padmalochan Mishra (Ctc)

#କଟକ(ଏନ୍‌.ଏମ୍‌.): ସିଏମସିରେ ତେଲ ଦୁର୍ନୀତି ନେଇ ଭିଜିଲାନ୍ସ ଯାଞ୍ଚ କରି ଅଧିକାରୀଙ୍କୁ ପଚରାଉଚରା କରିଛି । ପେଟ୍ରୋଲ ଓ ଡିଜେଲ ସଂକ୍ରାନ୍ତ କେତେକ ନଥିପତ୍ର ଜବତ କରିବା ସହ ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଛି । ବର୍ଷାଦିନରେ ସିଏମସିରେ ବିଭିନ୍ନ ବାବଦରେ ବହୁ ତେଲ ବ୍ୟୟ କରାଯାଇଛି । ବିଶେଷକରି ମୋଟର ପମ୍ପ ଚଳାଇବା, ଟ୍ରାକ୍ଟର ଠାରୁ ଆରମ୍ଭ କରି ବିଭିନ୍ନ ଗାଡ଼ିରେ ତେଲ ଉପଯୋଗ କରିବାରେ ଦୁର୍ନୀତି ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି । ଏପରିକି ତେଲ ଲୁଟ୍ କରାଯାଇ କାଗଜପତ୍ରରେ ଉପଯୋଗ ହେଉଥିବା ଦର୍ଶାଯାଉଛି । ଏଥିରେ ସିଏମସି ଏକାଧିକ ଅଧିକାରୀ ଓ ଯନ୍ତ୍ରୀ ସାମିଲ ଥିବା କୁହାଯାଉଛି । ଏଭଳି ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଦୁଇଜଣ ଅଧିକାରୀଙ୍କ ନେତୃତ୍ୱରେ ଯାଞ୍ଚ କରା ଯାଇଥିଲା । ଜଣେ ଡିଏସପି ଓ ଜଣେ ଇନ୍ସପେକ୍ଟର ସିଏମସି ସିଟି ଯନ୍ତ୍ରୀଙ୍କ ପାଖକୁ ଯାଇ ପଚରା ଉଚରା କରିବା ସହିତ ଏ ସଂକ୍ରାନ୍ତୀୟ ଫାଇଲ ଯାଞ୍ଚ କରିଥିଲେ । ସେମାନେ ତେଲ କେତେ ପରିମାଣର ଆସିଛି, କେଉଁଠୁ ଅଣାଯାଉଛି ଓ ଏହାକୁ କିଭଳି ବ୍ୟବହାର କରାଯାଇଛି ତାର ଟିକିନିଖି ତଥ୍ୟ ମାଗିଥିଲେ । କେତେକ ଫାଇଲ ଓ ରସିଦ୍ ବହିକୁ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି । ଭିଜିଲାନ୍ସର ହଠାତ୍ ଯାଞ୍ଚ ପରେ ଯାନ୍ତ୍ରିକ ବିଭାଗରେ ଭୟ ସଞ୍ଚାରିତ ହୋଇଛି । ଏହାର ପ୍ରକୃତ ଯାଞ୍ଚ ହେଲେ କେତେକ ନିର୍ଦିଷ୍ଟ ଅଧିକାରୀଙ୍କ ଗୁମର ଫିଟିବ ବୋଲି ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ଯେ ସିଏମସିରେ ତେଲ ଦୁର୍ନୀତି ନେଇ ଅନେକ ସମୟରେ ଅଡିଟ୍‌ରେ ଦୁର୍ନୀତି ଧରାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ