୪୦ କିଲୋ ଚୋରା ଗଞ୍ଜେଇ ଜବତ ଜଣେ ଗିରଫ

୪୦ କିଲୋ ଚୋରା ଗଞ୍ଜେଇ ଜବତ ଜଣେ ଗିରଫ

୪୦ କିଲୋ ଚୋରା ଗଞ୍ଜେଇ ଜବତ ଜଣେ ଗିରଫ


#ଚୌଦ୍ୱାର(ଏନ୍‌.ଏମ୍‌.): ରାଜ୍ୟରେ ଏବେ ଚୋରା ଗଞ୍ଜେଇ ଚାଲଣ ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜେଇ ମାଫିଆମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ପୁଲିସ ତଥା ଅବକାରୀ ବିଭାଗ ଆଖିରେ ଧୁଳି ଦେଇ ବେପାର ଚଳାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ରାତିରେ ଜଣେ ଗଞ୍ଜେଇ ବେପାରି ଚୋରାରେ ଗଞ୍ଜେଇ ଚାଲଣ କରିବା ବେଳେ ଚୌଦ୍ୱାର ପୁଲିସ ହାତରେ ଧରାପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ ରାତିରେ ଚୌଦ୍ୱାର ପୁଲିସ ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ ଧୂମାବତି ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜୈନିକ ବ୍ୟକ୍ତି ଏକ ସ୍କୁଟି ଦ୍ୱାରା ୨ ବସ୍ତା ଗଞ୍ଜେଇ ନେଉଥିବାବେଳେ କାର୍ଯ୍ୟରତ ପୁଲିସ କର୍ମଚାରୀମାନେ ତାହାକୁ ଜବତ କରିଥିଲେ । ଉକ୍ତ ବ୍ୟକ୍ତି ଜଣକ ନିଜ ଓଡି ୦୫ ଏକେ ୪୨୭୮ ନମ୍ବର ବିଶିଷ୍ଟ ୟାମାହା ଜେଡ ଆର ସ୍କୁଟି ସାହାଯ୍ୟରେ ୨ଟି ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ଯାଉଥିବା ବେଳେ ପୁଲିସ କର୍ମଚାରୀମାନେ ସନ୍ଦେହ କରି ଅଟକାଇଥିଲେ । ତେବେ ଗାଡ଼ିରେ ଗଞ୍ଜେଇ ଚାଲଣ ହେଉଥିବା ଜାଣିବା ପରେ ତାକୁ ଅଟକ ରଖି ପଚରାଉଚରା କରିଥିଲେ । ଉକ୍ତ ବ୍ୟକ୍ତି ଜଣକ ଢେଙ୍କାନାଳ ସଦର ଥାନା ଶଙ୍କରପୁର ଅଞ୍ଚଳର ମଣି ଓରଫ ସୂର୍ଯ୍ୟମଣି ସେନାପତି ବୋଲି ଜଣାପଡ଼ିଛି । ତା’ ଠାରୁ ୪୦ କେଜି ଗଞ୍ଜେଇ ଜବତ ହୋଇଥିବା ପୁଲିସ ପ୍ରକାଶ କରିଛି । ତେବେ ଏନେଇ ଚୌଦ୍ୱାର ପୁଲିସ ପକ୍ଷରୁ କେସ ନମ୍ବର ୧୦୨/୨୦୨୪ ରୁଜୁ କରି ୨୦(ବି) (ଆଇଆଇ)(ସି)/୨୯ଏନଡିପିଏସ ଧାରାରେ ଆଜି ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ