ସୁନିଆଁ ତିଥିରେ ଶାରଦୀୟ ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ

ସୁନିଆଁ ତିଥିରେ ଶାରଦୀୟ ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ

ସୁନିଆଁ ତିଥିରେ ଶାରଦୀୟ ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ

otm durga
@ଚୌଦ୍ୱାର(ଏନ୍‌.ଏମ୍‌.): ପବିତ୍ର ସୁନିଆ। ଏହି ଅବସରରେ ଶାରଦୀୟ ଉତ୍ସବ ପାଇଁ ମା’ ଦୁର୍ଗାଙ୍କ ସହିତ ବିଭିନ୍ନ ମୂଣ୍ମୟୀ ମୂର୍ତ୍ତି ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ମାଟି ଅନୁକୂଳ ହୋଇଯାଇଛି। ପବିତ୍ର ଜନ୍ମାଷ୍ଟମୀ ପରଦିନ ନନ୍ଦଉତ୍ସବ ଅବସରରେ କିଛି ମଣ୍ଡପ ପାଇଁ ମାଟି ଅନୁକୂଳ ହୋଇଥିବାବେଳେ ଆଉ କିଛି ମଣ୍ଡପ ପାଇଁ ସୁନିଆଁ ତିଥିରେ ଦ୍ୱିତୀୟ ପର୍ଯ୍ୟାୟ ମାଟି ଅନୁକୂଳ ହୋଇଥିବା ଦେଖିବାକୁ ମିଳିଛି। କଟକ ଜିଲ୍ଲାରେ ଦୁର୍ଗାପୂଜା ଏକ ବଡ଼ ପାର୍ବଣ ବୋଲି ଧରାଯାଇଥାଏ। କଟକର ସମସ୍ତ ଦୁର୍ଗା ମଣ୍ଡପ ପାଇଁ ମାଟି ଅନୁକୂଳ ହୋଇଥିବାବେଳେ ଅନୁରୂପ ଭାବେ ଜଗତପୁର ଓ ଚୌଦ୍ୱାର ଅଞ୍ଚଳରେ ମଧ୍ୟ ମାଟି ଅନୁକୂଳ ହୋଇଯାଇଛି। ଚୌଦ୍ୱାର ଅଞ୍ଚଳରେ ଦୁର୍ଗା, ମହାଦେବ, ଗଜ ଲକ୍ଷ୍ମୀ ଆଦି ବିଭିନ୍ନ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ ଆଜି ବିରୂପା ନଦୀ ଓ ବୈଦେଶ୍ୱର ପୁଷ୍କରିଣୀ କୂଳରୁ ଯଥାବିଧି ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଥିଲା। ଆଜି ଚୌଦ୍ୱାରସ୍ଥିତ ଓଟିଏମ ଦୁର୍ଗାବଜାର ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ନାମ ସଂକୀର୍ତ୍ତନ କରାଯାଇ ନଦୀକୂଳରୁ ପବିତ୍ର ପଣ୍ଡା ମାଟି ଅନୁକୂଳ କରିଥିଲେ। ଏହି ଅବସରରେ କମିଟିର ସଭାପତି ସୁଶିଲ କୁମାର ବେଉରାଙ୍କ ସମେତ ଉପସଭାପତି ଶଙ୍କର୍ଷଣ ସାହୁ, ସମ୍ପାଦକ ବିଭୁତି ମଲ୍ଲିକ, ସହସମ୍ପାଦକ ଘନଶ୍ୟାମ ସାହୁ, କୋଷାଧ୍ୟକ୍ଷ ମନୋରଞ୍ଜନ ବେହେରା, କର୍ମକର୍ତ୍ତା ଯଦୁମଣି ମହାରଣା, ଶୁଭେନ୍ଦୁ ରଥ, ଶିବରାମ ସାହୁ, ବ୍ରହ୍ମାନନ୍ଦ ପ୍ରଧାନ, ବିକାଶ କୁମାର ସାହୁ, ବ୍ରଜକିଶୋର ସାହୁ, ପ୍ରଫୁଲ୍ଲ କୁମାର ସାହୁ, ଉପଦେଷ୍ଟା ଅଶୋକ କୁମାର ମହାନ୍ତି, ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଚୌଦ୍ୱାର ଅଞ୍ଚଳର ବିରାଟ ବଜାର, କଳିଙ୍ଗ ବଜାର ପୂଜାକମିଟି, ଚୌଦ୍ୱାର ପରିଡା ସାହି ପୂଜା କମିଟି, ଲକ୍ଷ୍ମୀ ସାହି ପୂଜା କମିଟି, ମା’ ଧୂମାବତୀ ପୂଜା କମିଟି ଆଦି ବହୁ ମଣ୍ଡପ ପକ୍ଷରୁ ମାଟି ଅନୁକୂଳ ହୋଇଥିଲା।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ