ଧର୍ମପ୍ରାଣା ମହିଳାଙ୍କ ପରଲୋକ, କାନ୍ଧଦେଲେ ସମାଜସେବୀ ତ୍ରିଦେବ ବେହେରା

ଧର୍ମପ୍ରାଣା ମହିଳାଙ୍କ ପରଲୋକ, କାନ୍ଧଦେଲେ ସମାଜସେବୀ ତ୍ରିଦେବ ବେହେରା

ଧର୍ମପ୍ରାଣା ମହିଳାଙ୍କ ପରଲୋକ, କାନ୍ଧଦେଲେ ସମାଜସେବୀ ତ୍ରିଦେବ ବେହେରା

tetra hed
#ଟାଙ୍ଗୀ-ଚୌଦ୍ୱାର,୨୩।୯(ସ.ପ୍ର): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତ ଟିକରା ଗ୍ରାମର ଜଣେ ଧର୍ମପ୍ରାଣା ମହିଳା ପ୍ରତିମା ସ୍ୱାଇଁଙ୍କ ପରଲୋକ ହୋଇଯାଇଛି। ଏହି ଦୁଃଖଦ ଖବର ପାଇବା କ୍ଷଣି ତାଙ୍କ ବାସ ଭବନରେ ଟେଟ୍ରୋହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ତଥା ସମାଜସେବୀ ତ୍ରିଦେବ ବେହେରା ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସ୍ୱର୍ଗୀୟା ସ୍ୱାଇଁଙ୍କ ଶବାଧାରରେ ଶ୍ରୀ ବେହେରା କାନ୍ଧ ଦେବା ସହ ଶ୍ମଶାନ ଘାଟ ପର୍ଯ୍ୟନ୍ତ ଯାଇ ଶେଷକୃତ୍ୟ ସମ୍ପନ୍ନ ପର୍ଯ୍ୟନ୍ତ ରହିଥିଲେ। ସୂଚନା ଯୋଗ୍ୟ ଯେ, ଟିକରା ଗ୍ରାମର ସତ୍ୟନାରାୟଣ ସ୍ୱାଇଁଙ୍କ ମାତା ପ୍ରତିମା ସ୍ୱାଇଁଙ୍କ ଜଣେ ଧର୍ମପ୍ରାଣା ତଥା ମିଷ୍ଠଭାଷୀ ମହିଳା ଭାବେ ସମସ୍ତଙ୍କ ପରିଚିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ