ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିକ୍ଷୋଭ

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିକ୍ଷୋଭ

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିକ୍ଷୋଭ


#କଟକ(ଏନ୍‌.ଏମ୍‌.): ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା, ବିନା ଥଇଥାନରେ ଲଗାତାର ଚାଲିଥିବା ବସ୍ତି ଉଚ୍ଛେଦ ବନ୍ଦ କରିବା, ଜୀବିକା ସୁରକ୍ଷାର ଆବଶ୍ୟକତା ପାଇଁ କର୍ମସ୍ଥଳ ନିକଟରେ ଥଇଥାନ କରିବା, ସମ୍ବିଧାନ ଓ ଆଇନ ଅନୁସାରେ ବସ୍ତି ଗୁଡିକୁ ଓ ବସ୍ତି ବାସିନ୍ଦାଙ୍କୁ ମଣିଷ ରହିବା ଯୋଗ୍ୟ ପରିବେଶ ଯୋଗାଇ ଦେବା, କଟକ ମହାନଗରର ବସ୍ତି ଓ ବସ୍ତି ବାସିନ୍ଦାଙ୍କ ପୂର୍ଣ୍ଣ ତାଲିକା ସାର୍ବଜନୀନ କରିବା ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏକ ବିଶାଳ ଶୋଭାଯାତ୍ରାରେ ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାଞ୍ଚ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦିଆ ଯାଇଥିଲା। ବିକ୍ଷୋଭ ସ୍ଥଳରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀଙ୍କ ପରିଚାଳନାରେ ଓ ବସ୍ତି ବାସିନ୍ଦାଙ୍କ ଦାବିର ସମର୍ଥନରେ ବିଶ୍ୱାବସୁ ଦାସ, ରାଜକିଶୋର ମଲ୍ଲିକ, ବସନ୍ତ ନାୟକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ