ବିନ୍ଦାସ ଇଲେଭେନ ଜିତିଲା ଭାଇଚାରା କ୍ରିକେଟ୍ ଟ୍ରଫି

ବିନ୍ଦାସ ଇଲେଭେନ ଜିତିଲା ଭାଇଚାରା କ୍ରିକେଟ୍ ଟ୍ରଫି

ବିନ୍ଦାସ ଇଲେଭେନ ଜିତିଲା ଭାଇଚାରା କ୍ରିକେଟ୍ ଟ୍ରଫି


#ଚୌଦ୍ୱାର(ଏନ୍‌.ଏମ୍‌.): ପିଲା ଠୁ ବୃଦ୍ଧା ପର୍ଯ୍ୟନ୍ତ କ୍ରିକେଟ୍ ଖେଳ ସମସ୍ତଙ୍କର ପସନ୍ଦ । ଆଉ ଏହି ଖେଳ ଏବେ ଏତେ ଯେ ନିଆରା ହୋଇଯାଇଛି ଯେ, ଗୋଟିଏ ସାହିରୁ ଅନେକ କ୍ରୀଡାବିତ୍ ବାହାରି ନିଜ ନିଜ ଭିତରେ ଏକାଠି ହୋଇ ଖେଳି ଭାଇଚାରାର ସମ୍ପର୍କକୁ ବୃଦ୍ଧି କରି ସାରା ଅଞ୍ଚଳକୁ ଗର୍ବ ଓ ଗୌରବର ଅନୁଭୂତି ଆଣି ଦେଇଛନ୍ତି । ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତର ସିମିଳିହାଣ୍ଡ ଗ୍ରାମର ନୂଆସାହିରୁ ଆରମ୍ଭ ହୋଇଛି ଏହି ଭାଇଚାରା ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ତେବେ ଉକ୍ତ ସାହିରୁ ପାଖାପାଖି ଅନେକ ଖେଳାଳି ଏକାଠି ହୋଇ ୪ଗୋଟି ଟିମରେ ବିଭକ୍ତ ହୋଇ ଖେଳ ଆରମ୍ଭ କରିଥିଲେ । ଦୁଇ ଦିନ ଧରି ସ୍ଥାନୀୟ ବାଲୁଙ୍କେଶ୍ୱର ଖେଳ ପଡ଼ିଆରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା । ମେଣ୍ଟାଲ ଫାୟାର, ମହାବୀର ଡେଞ୍ଜର, ବିନ୍ଦାସ୍ ଇଲେଭେନ, ବ୍ରାଇଟ୍ ଷ୍ଟାର୍ ୪ ଗୋଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ବିନ୍ଦାସ ଇଲେଭେନ ସହ ବ୍ରାଇଟ ଷ୍ଟାର୍ ଖେଳାଯାଇଥିଲା । ପ୍ରଥମେ ବିନ୍ଦାସ ଇଲେଭେନର କ୍ୟାପଟେନ ଦେବାଶିଷ ବରାଳ ଟଚ୍ ଜିତି ୭ ଓଭରରେ ୫ ୱିକେଟ ବିନିମୟରେ ୮୧ ରନ ସଂଗ୍ରହ କରିଥିଲା ବେଳେ ବ୍ରାଇଟ ଷ୍ଟାର୍‌ର କ୍ୟାପଟେନ ଭବାନୀଶଙ୍କର ଚରଣଙ୍କ ନେତୃତ୍ୱରେ ୬ ୱିକେଟ ବିନିମୟରେ ୫୬ ରନ ସଂଗ୍ରହ କରି ବିନ୍ଦାସ୍ ଇଲେଭେନ ଠାରୁ ଟିମ ୨୫ ରନରେ ହାରିଯାଇଥିଲା । ତେବେ ଏହି ମ୍ୟାଚରେ ଡି.ଜେ. ବରାଳଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌, ଦେବେନ୍ଦ୍ର ସାହୁଙ୍କୁ ମ୍ୟାନ ଅଫ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟଅତିଥି ରୂପେ ଘନଶ୍ୟାମ ବରାଳ, ଗଣେଶ୍ୱର ସ୍ୱାଇଁ ଯୋଗ ଦେଇ ୱିନର ଟିମକୁ ପୁରସ୍କୃତ କରିଥିଲେ । ଏହି ମ୍ୟାଚକୁ ନିହାର ରଞ୍ଜନ ବେଉରା ଓ ଭଜମନ ବରାଳ ପରିଚାଳିତ କରିଥିବାବେଳେ ଗୌରାଙ୍ଗ ପ୍ରଧାନ, ଦୀପକ ବରାଳଙ୍କ ସମେତ ଅନେକ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ । ତେବେ ଗୋଟିଏ ସାହିରୁ ଏକାଠି ହୋଇ ଏଭଳି ଭାଇଚାରା ସହ ମ୍ୟାଚ୍ କରିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଛନ୍ତି ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ