ଜଣେ ପେସାଦାର ଠକକୁ ଗିରଫ କଲା ମଙ୍ଗଳାବାଗ ପୁଲିସ

ଜଣେ ପେସାଦାର ଠକକୁ ଗିରଫ କଲା ମଙ୍ଗଳାବାଗ ପୁଲିସ

ଜଣେ ପେସାଦାର ଠକକୁ ଗିରଫ କଲା ମଙ୍ଗଳାବାଗ ପୁଲିସ


କଟକ (ଏନ୍‌.ଏମ୍‌.): ମଙ୍ଗଳାବାଗ ପୁଲିସ ହାତରେ ପେସାଦାର ଠକ ଅଭୟ କୁମାର ଦାସ। ଜାମିନ ବିହୀନ ଗିରଫ ପରୱାନା ଏନବି (ଡବବ୍ୟୁ )ବଳରେ ମଙ୍ଗଳାବାଗ ପୁଲିସ ଅଭୟଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଅଭୟଙ୍କ ନାମରେ ଏକାଧିକ ଆର୍ôଥକ କାରବାର ନେଇ ଠକେଇ ମାମଲା ବିଭିନ୍ନ ଥାନାରେ ରହିଛି। ମଙ୍ଗଳାବାଗ କାଠଗୋଲା ଅଞ୍ଚଳରେ ଅଭୟ ଉର୍ମିଳା ନରସିଂହୋମ ଭଡା ସୂତ୍ରରେ କରିଥିଲେ। ଆର୍ôଥକ କାରବାର ମାମଲାରେ ୨୦୨୨ ମସିହାରେ ଜେଏମଏଫସି ସିଟି କଟକ କୋର୍ଟ ଅଭୟଙ୍କ ନାମରେ ଏନ ବିଡବ୍ଲ୍ୟୁ ଜାରି କରିଥିଲେ। ଏହି ୱାରେଣ୍ଟ ବଳରେ ତାଙ୍କୁ ମଙ୍ଗଳାବାଗ ପୁଲିସ ଗତ ବୁଧବାର ଗିରଫ କରିବାରେ ସଫଳ ହୋଇଛି। ଏହି ଗିରଫଦାରି ପରେ ଅଭୟଙ୍କୁ ହସ୍ପିଟାଲ ପାଇଁ ଭଡା ସୂତ୍ରରେ ଘର ଦେଇଥିବା ବିଲଡିଂ ମାଲିକ ମନୋଜ କୁମାର ମହାରଣା ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ମନୋଜଙ୍କ ଅଭିଯୋଗ ମୁତାବକ ଅଭୟ ଜଣେ ପେସାଦାର ଠକ। ବିଭିନ୍ନ ଆଳରେ ସେ ଏକାଧିକ ଲୋକଙ୍କ ସହିତ ଲକ୍ଷାଧିକ ଟଙ୍କାର ଠକେଇ କରିଛନ୍ତି। ଅଭୟଙ୍କ ଦ୍ୱାରା ସେ ନିଜେ ଠକାମୀର ଶିକାର ହୋଇଛନ୍ତି। ଅଭୟଙ୍କ ସହିତ ହସ୍ପିଟାଲ ଘର ବାବଦକୁ ୨୦୦୮ରୁ ୨୦୧୮ପର୍ଯ୍ୟନ୍ତ ଚୁକ୍ତିନାମା ହୋଇଥିଲା। ଏହି ସମୟ ମଧ୍ୟରେ ସେ ଲକ୍ଷାଧିକ ଟଙ୍କା ଭଡା ବାବଦକୁ ବାକି ରଖିଥିଲେ। ଟଙ୍କା ଦେବାକୁ ବିଭିନ୍ନ ଆଳ ଦେଖାଇ ଠକି ଆସୁଥିଲେ। କେତେବେଳେ ବ୍ୟାଙ୍କତ କେତେବେଳେ ବିଭିନ୍ନ ସରକାରୀ ସଂସ୍ଥା ପକ୍ଷରୁ ଏହି ହସ୍ପିଟାଲ ଉପରେ ଚଢ଼ାଉ ହେଉଥିଲା। ଏସବୁରେ ଅତିଷ୍ଟ ହୋଇ ହସ୍ପିଟାଲ ବିଲଡିଂ ଛାଡିବାକୁ ମନୋଜ କହିବା ସହିତ ଏଗ୍ରିମେଣ୍ଟ ରିନୁଆଲ କରିନଥିଲେ। ଅଭୟ ଜୋରଜବରଦସ୍ତ ବିଗତ ୬ବର୍ଷ ହେବ ବିଲଡିଂକୁ ମାଡ଼ିବସିଥିବା ବେଳେ ଆଉ ଜଣେ ଡାକ୍ତରଙ୍କୁ ଠିକା ସୂତ୍ରରେ ଦେଇ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ। ଦୀର୍ଘ ବର୍ଷ ଧରି ବିଲଡିଂ ଆବଶ୍ୟକ ମରାମତି ନହେବା ଫଳରେ ଅସୁରକ୍ଷିତ ହୋଇପଡ଼ିଥିଲା। ଇତି ମଧ୍ୟରେ ଭଡା ବାବଦକୁ ଲକ୍ଷାଧିକ ଟଙ୍କା ଅଭୟ ବାକି ରଖି ଆଉ ହସ୍ପିଟାଲ ଆସୁନଥିଲେ। ବାଧ୍ୟ ହୋଇ ମନୋଜ ଘର ମରାମତି ପକ୍ରିୟା ଆରମ୍ଭ କରିବାରୁ ଅଭୟ ତାଙ୍କ ନାଁରେ ଏକ ମିଥ୍ୟା ଅଭିଯୋଗ ମଙ୍ଗଳାବାଗ ଥାନାରେ କରିଥିଲେ। ମନୋଜ ମଧ୍ୟ ଅଭୟଙ୍କ ଠକାମୀ ଓ ବେଆଇନ କରବାର ନେଇ ପ୍ରତି ଅଭିଯୋଗ କରିଥିଲେ। ଅଭୟ ଥାନାରୁ ନିରାଶ ହେବା ପରେ ହସ୍ପିଟାଲ ଚଳାଇରଖିବା ପାଇଁ ରାଜ୍ୟ ମାନବଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ। ସେଠାରେ ଅଭୟ ଦେଇଥିବା ଆବେଦନ ପତ୍ରରେ ମନୋଜଙ୍କ ଜାଲ ଦସ୍ତଖତ କରି ୨୦୧୮ ରୁ ୨୦୨୮ପର୍ଯ୍ୟନ୍ତ ନୋଟାରୀ ଘରଭଡା ଚୁକ୍ତିନାମା ଦଖଲ କରିଥିଲେ, ଯାହା ମନୋଜ ପରବର୍ତ୍ତୀ ସମୟରେ କୋର୍ଟରୁ ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାର ଦ୍ୱାରସ୍ତ ହେବାକୁ ସୂଚନା ଦେଇଛନ୍ତି।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ